30.1 C
Bhubaneswar
Thursday, April 25, 2024
Homeରାଜନୀତିବିଜେପିରେ ସାମିଲ ହେଲେ ଭୁବନେଶ୍ୱରର ୨୦ରୁ ଉର୍ଦ୍ଧ୍ୱ ଯୁବ ସମାଜସେବୀ ଓ ଯୁବନେତା

ବିଜେପିରେ ସାମିଲ ହେଲେ ଭୁବନେଶ୍ୱରର ୨୦ରୁ ଉର୍ଦ୍ଧ୍ୱ ଯୁବ ସମାଜସେବୀ ଓ ଯୁବନେତା

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ
ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ୨୦ରୁ ଉର୍ଦ୍ଧ୍ୱ
ଭୁବନେଶ୍ୱରର ଯୁବ ସମାଜସେବୀ ଓ ଯୁବନେତା ବିଜେପିରେ ସାମିଲ ହୋଇଛନ୍ତି । ସ୍ୱପ୍ନେନ୍ଦୁ ମହାନ୍ତି, ଆନନ୍ଦ ପାତ୍ର,
ସ୍ମୃତିରଂଜନ, ସାହାଜାନ ଖାନ୍‌, ଇଜାଜ ଖାନ୍‌, ମୀର ଅଫସର୍‌, ବିଶ୍ୱନାଥ ପଣ୍ଡା, କିରନ କୁମାର ଭୋଇ, ସୁରେଶ କୁମାର
ଜେନାଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ଭୁବନେଶ୍ୱରର ଯୁବ ସମାଜସେବୀ ଓ ଯୁବନେତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ
ହୋଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ
ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ
ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଯୁବ ସମାଜକୁ ସୁଦୃଢ କରି ଏକ ନୂତନ ଓଡିଶା ଗଠନ ଦିଗରେ
ନିଜକୁ ସାମିଲ କରିବା ଲକ୍ଷ୍ୟ ନେଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ଯୁବନେତାମାନେ
କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ
ପ୍ରମୁଖ ଉପସ୍ଥିତ ଥିଲେ । ମିଶ୍ରଣ ସମୟରେ କୋଭିଡ ନିୟମକୁ ପାଳନ କରି ସମସ୍ତେ ସାମାଜିକ ଦୂରତାକୁ ବଜାୟ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking