40.1 C
Bhubaneswar
Thursday, April 25, 2024
Homeଓଡିଶାଅନୁଗୁଳନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ସୋମବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଯେ, ୨୦୧୯ ଅକ୍ଟୋବର ୧୯ରେ ବଅଁରପାଳ ଥାନା ଅନ୍ତର୍ଗତ ଜନୈକା ନାବାଳିକା ପଡ଼ୋଶୀ ଘରକୁ କାଚ କଉଡ଼ି ଖେଳିବାକୁ ଯାଇଥିଲେ । ସେଠାରେ ପ୍ରତାପ ନାଏକ(୪୪) ତାକୁ ଦଷ୍କର୍ମ କରିଥିଲା । ଏହାପରେ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା । ଏ କଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।

ହେଲେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କ ପରିବାର ଲୋକ ଜାଣିଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ପ୍ରତାପଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ବିଚାରକରି ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ପିଆର ବହିଦାର ଅଭିଯୁକ୍ତ ପ୍ରତାପ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗିବେ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ସୁଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking