28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମନୋଜ ତିୱାରୀଙ୍କୁ ୨୦ ହଜାର ଜୋରିମାନା

ମନୋଜ ତିୱାରୀଙ୍କୁ ୨୦ ହଜାର ଜୋରିମାନା

ନୂଆଦିଲ୍ଲୀ: ବାଇକ୍ ଚଳାଉଥିବାବେଳେ ହେଲ୍‌ମେଟ୍ ପିନ୍ଧିନଥିବାରୁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଜେପି ସାଂସଦ ମନୋଜ ତିୱାରୀଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଇଛି । ସୂଚନାଯୋଗ୍ୟ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମର ପ୍ରଚାର ପାଇଁ ବିଜେପି ପକ୍ଷରୁ ଲାଲକିଲ୍ଲା ଅଞ୍ଚଳରେ ବାଇକ୍ ର‌୍ୟାଲି ଆୟୋଜିତ ହୋଇଥିଲା । ଏଥିରେ ଅନ୍ୟ ଦଳୀୟ କର୍ମୀଙ୍କ ସହ ମନୋଜ ବାଇକ୍ ଚଳାଉଥିଲେ । ତେବେ ହେଲମେଟ୍ ପିନ୍ଧିନଥିବାରୁ ତାଙ୍କୁ ଏଭଳି ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାବ୍ୟତୀତ ବାଇକ୍ ମାଲିକଙ୍କ ବିରୋଧରେ ପୃଥକ ଚାଲାଣ କଟାଯାଇଛି । ମନୋଜ ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଟ୍ୱିଟରରେ କ୍ଷମାପ୍ରାର୍ଥନା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking