39.8 C
Bhubaneswar
Thursday, April 18, 2024
Homeଓଡିଶାଆଉ ୨୦ ଆକ୍ରାନ୍ତ ବାହାରିଲେ, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୪୧୪

ଆଉ ୨୦ ଆକ୍ରାନ୍ତ ବାହାରିଲେ, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୪୧୪

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଂଚିଛି । ଏହି ୨୦ ଜଣଙ୍କ ମଧ୍ୟରୁ ୧୭ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ୨ ଜଣ ସୁନ୍ଦରଗଡର ଏବଂ ଜଣେ ବୌଦ୍ଧ ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ ଏହିପରି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବଢିବାରେ ଲାଗିଛି । ବର୍ତମାନ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ମୋଟ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ସଂଖ୍ୟା ୧୬ରେ ପହଂଚିଥିବା ବେଳେ ବୌଦ୍ଧରେ ଏହି ସଂଖ୍ୟା ୪ରେ ପହଂଚିଛି । ଆଜି ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୀର୍ଷରେ ଏବେ ଗଂଜାମ ଜିଲ୍ଲା ରହିଛି । ଆଜି ତିନୋଟି ପର୍ଯ୍ୟାୟରେ ମୋଟ ୩୭ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ୪୧୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୨୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ।
https://onakhabar.com/2020/05/11/3-more-corona-positive-identified-from-jajpur-cuttack-and-mayurbhanj/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking