34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭାରତର ୨୦ ଯବାନ ସହିଦ, ଚୀନ୍‌ର ୪୩ ମୃତ

ଭାରତର ୨୦ ଯବାନ ସହିଦ, ଚୀନ୍‌ର ୪୩ ମୃତ

ନୂଆଦିଲ୍ଲୀ : ବିଶ୍ୱ ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ନିନ୍ଦିତ ହେଉଥିବା ଚୀନ୍ ଏବେ ଦୃଷ୍ଟି ହଟାଇବା ଲାଗି ଭାରତକୁ ଟାର୍ଗେଟ କରିଛି । ସବୁ ଠିକ୍‌ଠାକ୍ ଚାଲିଥିବା ବେଳେ ଚୀନ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ୍ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ଜଣ ଯବାନ୍ ସହିଦ୍ ହୋଇଛନ୍ତି । ଭାରତୀୟ ସେନା ଏହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି । ଚୀନ୍ ସେନାରେ ମୃତାହତ ହୋଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ସଂଖ୍ୟା ଜଣାପଡ଼ି ନାହିଁ । ଭାରତ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌ର ୪୩ଜଣ ସୈନିକ ପ୍ରାଣ ହରାଇଛନ୍ତି । କିନ୍ତୁ ଚୀନ୍ ୫ଜଣ ସୈନିକ ମରିଥିବାର ସ୍ୱୀକାର କରୁଛି । ଉତେଜନା ହ୍ରାସ ଲାଗି ଦୁଇ ଦେଶ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ି ନାହିଁ । ସୀମାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇ ରହିଛନ୍ତି । ଗତ ୪୫ବର୍ଷ ମଧ୍ୟରେ ଭାରତ ଚୀନ୍ ସୀମାରେ ଏଭଳି ସଂଘର୍ଷ କେବେ ଦେଖିବାକୁ ମିଳି ନଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଦଳର ନେତାମାନଙ୍କ ସହିତ ବିଚାରବିମର୍ଶ ଜାରି ରଖିଛନ୍ତି । ଏହାଛଡ଼ା ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନା ମୁଖ୍ୟଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍ ସେନା ଗତ ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ । ତେବେ ଅଚାନକ୍ ଚୀନ ସୈନିକମାନେ ଆକ୍ରମଣ ହୋଇ ଉଠିଥିଲେ । ସେମାନେ ପ୍ରଥମେ ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘଂର୍ଷ ହୋଇଥିଲା । ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ୍ ହୋଇଯାଇଥିଲେ । ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ଏବଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା । ସହିଦ କର୍ଣ୍ଣେଲ ହେଉଛନ୍ତି ୧୬ ବିହାର ରେଜିମେଣ୍ଟ୍‌ର କମାଣ୍ଡିଂ ଅଫିସର୍ ବି. ସନ୍ତୋଷ ବାବୁ । ମଙ୍ଗଳବାର ସକାଳେ ଭାରତ ପକ୍ଷରୁ ଏହି ସଂଘର୍ଷ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ୩ ଜଶ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ସନ୍ଧ୍ୟାରେ କୁହାଯାଇଛି ଯେ, ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଆଉ ୧୭ଜଣ ଯବାନ ପ୍ରାଣ ହରାଇଛନ୍ତି । ମୃତାହତଙ୍କୁ ଆଣିବା ଲାଗି ଭାରତୀୟ ସାମରିକ ହେଲିକପ୍ଟଣ ମଧ୍ୟ ପଇର୍ତରା ମାରୁ ଥିବା ଦେଖିବାକୁ ମିଳିଛି ।

ମଙ୍ଗଳବାର ସନ୍ଧ୍ୟାରେ ବୈଦେଶିକ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଚୀନ୍ ଏଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ସୀମାରେ ସ୍ଥିତାବସ୍‌ଥାକୁ ବଦଳାଇବା ଲାଗି ଚୀନ୍ ଉଦ୍ରମ ଚଳାଇଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ଭାରତୀୟ ସେନା ନିଜ ସୀମାରେ ରହିଛନ୍ତି । ଭାରତ କେବେ ବି ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ନାହିଁ କି ଏଥିପାଇଁ ଉଦ୍ୟମ ମଧ୍ୟ କରିନାହିଁ ।
ଅନ୍ୟ ପକ୍ଷରେ ଚୀନ୍ ଅଭିଯୋଗ କରିଛି ଯେ, ଭାରତୀୟ ସେନା ଚୀନ୍‌ର ଅଞ୍ଚଳ ଭିତରକୁ ଅଚାନକ୍ ଅତିକ୍ରମ କରିବା ଆସିବା ସହ ଆକ୍ରମଣ ଆରମ୍ଭ କରିଥିଲା । ଭାରତ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସଂଯମ ପଦର୍ଶନ କରୁ ବୋଲି ଚୀନ୍ କହିଥିଲା । ତେବେ ଭାରତୀୟ ସେନା ଏହାକୁ ଖଣ୍ଡନ କରିଛି ଏବଂ ଚୀନ୍ ହିଁ ପୂର୍ବ ଭଳି ପ୍ରଥମେ ଆକ୍ରମଣ କରିବାକୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି ।

ଏହି ଘଟଣା ପରେ ସୀମା ବିବାଦକୁ ନେଇ ଶାନ୍ତି କଥାବର୍ତ୍ତାକୁ ବଡ଼ ଝଟକା ଲାଗିଛଇ । ସୀମା ପରିଚାଳନାକୁ ନେଇ ଭାରତ ଅତ୍ୟନ୍ତ ଦାୟିତ୍ୱସଂପନ୍ନ ଆଚରଣ କରୁଥିବା ବେଳେ ଚୀନ୍ ଉତେଜନା ସୃଷ୍ଟିକାରୀ ପଦକ୍ଷେପ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଭାରତ କହିଛି ।
ସୂଚନାଯୋଗ୍ୟ, ଗତ ୬ ସପ୍ତାହ ଧରି ନତିୟନ୍ତ୍ରଣ ରେଖାରେ ଉଭୟ ଦେଶରେ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଅନେକ ଥର ସେମାନଙ୍କ ମଧ୍ୟରେ ମାରପିଟ୍ ଓ ଧସ୍ତାଧସ୍ତି ହୋଇଛି । ଗତମାସ ୯ତାରିଖ ମଧ୍ୟରେ ମଧ୍ୟ ବଡ଼ ଧରଣର ସଂଘର୍ଷ ହୋଇଥିଲା । ଏଥିରେ ଅନେକ ସୈନିକ ଆହତ ହୋଇଥିଲେ । କିନ୍ତୁ ମଙ୍ଗଳବାର ଭଳି ମୃତାହତ ହୋଇନଥିଲେ । ୧୯୬୨ରେ ଏହି ଘାଟୀକୁ ନେଇ ମଧ୍ୟ ଯୁଦ୍ଧ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking