27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସମ୍ପତ୍ତି ତାଲିକା ଦେଲେନି ୨୦ ଆଇଏଏସ ଓ ୧୫ ଆଇପିଏସ

ସମ୍ପତ୍ତି ତାଲିକା ଦେଲେନି ୨୦ ଆଇଏଏସ ଓ ୧୫ ଆଇପିଏସ

ଭୁବନେଶ୍ୱର: କେନ୍ଦ୍ର ସରକାର ଏକ ଖିଲାପୀ ତାଲିକାରୁ ଓଡିଶାର ୨୦ ଆଇଏଏସ ଓ ୧୫ ଆଇପିଏସ ଅଫିସରଙ୍କ ନାମ ପ୍ରକାଶ ପାଇଛି । ସଂପୃକ୍ତ ଅଧିକାରୀମାନେ ନିୟମ ଉଲ୍ଲଂଘନ କରିଥିବା ନେଇ କେନ୍ଦ୍ର ସରକାର ତାଙ୍କ ୱେବସାଇଟରେ ଦର୍ଶାଇଛନ୍ତି । ନିୟମ ଅନୁସାରେ, ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଧିକାରୀ ପ୍ରତିବର୍ଷ ନିଜ ନିଜର ସଂପତି ତାଲିକା କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ପଠାଇବାକୁ ବାଧ୍ୟ । ସଂପତ୍ତି ତାଲିକା ନଦେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସର୍ବଭାରତୀୟ ସେବା ଆଇନରେ ମଧ୍ୟ ଉଲ୍ଲେଖ ରହିଛି । ପ୍ରତ୍ୟେକ ବର୍ଷର ଜାନୁୟାରୀ ୩୧ ତାରିଖ ସୁଦ୍ଧା ଅଫିସର ସେମାନଙ୍କ ସଂପତ୍ତି ତାଲିକା ଦେବେ । ଏହି ନିୟମ ଥିଲା ବେଳେ ଏହାକୁ ଓଡିଶାର ଆଇଏଏସ ଓ ଆଇପିଏସ ଅପିସରଙ୍କ ମଧ୍ୟରୁ କେତେଜଣ ଉଲ୍ଲଂଘନ କରିଛନ୍ତି । ଖିଲାପି ଅଧିକାରୀଙ୍କ ନାମ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟର ୱେବସାଇଟରେ ପ୍ରକାଶ କରାଯାଇଛି । କେବଳ ଓଡିଶା ନୁହଁ ଅନ୍ୟାନ୍ୟ ରାଜ୍ୟର ଅଫିସରମାନେ ସାମିଲ ଅଛନ୍ତି । କିନ୍ତୁ ଓଡିଶାର ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ଆଇଏଏସଙ୍କ ମଧ୍ୟରେ ସିଜେ ବେଣୁଗୋପାଳ, ରାଜେଶ ପ୍ରଭାକର ପାଟିଲ, ପ୍ରତାପ ଚନ୍ଦ୍ର ଦାସ, ରତ୍ନାକର ରାଉତ, ସ୍ମୃତିରଂଜନ ପ୍ରଧାନ, ବୃନ୍ଦାବନ ବେହେରା, ଏମ ମୁଥୁକୁମାର, ଭି. ଜୟ କୁମାର, ସୁରେନ୍ଦ୍ର କୁମାର ମିନା, କୁଲେଙ୍ଗ ବିଜୟ, ମଧୁସ୍ମିତା ସାହୁ, ଲଗ୍ନଜିତ୍ ରାୟ, ସାକ୍ତ୍ୟ କ୍ରିଷ୍ଣନ, ବି ସିଦ୍ଧେଶ୍ୱର ବଳିରାମ, ଏବଂ ବିଭୂତି ଭୂଷଣ ନାୟକଙ୍କ ନାମ ରହିଛି । ଆଇପିଏସଙ୍କ ମଧ୍ୟରେ ଅଛନ୍ତି ପ୍ରଦୀପ କୁମାର, ଏସକେ ବଂଶଲ, ସତ୍ୟଜିତ ମହାନ୍ତି, ବିନୟାନନ୍ଦ ଝା, ଅରୁଣ କୁମାର ରାୟ, ଅନୁପ କ୍ରିଷ୍ଣା, ସ୍ୱପ୍ନା ତିୱାରୀ, ସୁନିତା କାକରନ, ଏନ ବି ଭାରତୀ, ଅମିିତେନ୍ଦ୍ର ସିହ୍ନା, ନିତେନଜିତ ସିଂ, ଅମ୍ରିତା ଦାସ, ପାରୁଲ ଗୁପ୍ତା, ଆଶିଶ କୁମାର ସିଂ, ଓ ସଂଜୀବ ଆରୋରା ଅଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମ କରିଛନ୍ତି ଯେ, ରାଜ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ନିଜ ନିଜ ସଂପତ୍ତି ତାଲିକା ଦାଖଲ କରିବେ । ଏଥିରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ସଂପତ୍ତି ତାଲିକା ଦେବାକୁ ବାଧ୍ୟ । ସେହିପରି ସବୁ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । ହେଲେ ଓଡିଶାରେ କେତେ କର୍ମଚାରୀ ଓ କେଉଁ କେଉଁ କ୍ଷତ୍ରର କର୍ମଚାରୀ ସେମାନଙ୍କ ସଂପତି ତାଲିକା ଦେଇନାହାନ୍ତି ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇନାହିଁ । ଏଥିପାଇଁ ସମୟ ଅଛି ବୋଲି କୁହାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking