39.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ନେଲା ରୋଜଗାର: ନଜେ ଖର୍ଚ୍ଚ କରି ଦୁଃଖରେ ଫେରିଲେ ୨୦ ଜଣ ଯୁବତୀ

କରୋନା ନେଲା ରୋଜଗାର: ନଜେ ଖର୍ଚ୍ଚ କରି ଦୁଃଖରେ ଫେରିଲେ ୨୦ ଜଣ ଯୁବତୀ

ମାଲକାନଗିରି : କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏଥିଯୋଗୁଁ ଦେଶର ବହୁ ଯୁବକ ଯୁବତୀଙ୍କ ସହ ସାଧାରଣ ଜନତା ରୋଜଗାର ସହ ନିଯୁକ୍ତି ହରାଇଛନ୍ତି । ଏଭଳି ଦୃଶ୍ୟ ବର୍ତମାନ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇ କାମଧନ୍ଦା ବନ୍ଦ ହେବାରୁ ରୋଜଗାର ହରାଇ ଘରବାହୁଡ଼ା ହେବାରେ ଲାଗିଛନ୍ତି । ଆଜି ଜିଲ୍ଲାର ପ୍ରାୟ ୨୦ ଜଣ ଯୁବତୀ ରୋଜଗାର ହରାଇ ନିଜ ଗ୍ରାମକୁ ଫେରିଛନ୍ତି । କାମ ପାଇଁ ତାମିଲନାଡୁର ଇରୋଟ ଠାରେ ଏକ ସିଲେଇ କମ୍ପାନୀରେ ନିଯୁକ୍ତି ପାଇଥିଲେ । ତେବେ ବର୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ଗତ ୧ ମାସ ଧରି କାମଧନ୍ଦା ବନ୍ଦ ହୋଇଯାଇଥିଲା । ଏହା ସତ୍ୱେ ସଂପୃକ୍ତ କମ୍ପାନୀ ସେମାନଙ୍କୁ ଦୀର୍ଘଦିନ ଧରି ଖାଦ୍ୟ ପାନୀୟର ବ୍ୟବସ୍ଥା ଯୋଗାଇ ଦେଇ ଆସୁଥିଲେ । ତେବେ ବହୁ ଦିନ ଘରେ ରହି ଶେଷରେ ନିଜ ଘରକୁ ଫେରିବାକୁ ନିଷ୍ପତି ନେଇଥିଲେ । ପରେ ସେଠାରୁ ଏହି ଯୁବତୀମାନେ ଏକ ମିନି ବସକୁ ନିଜ ସଂଚିତ ଅର୍ଥରୁ ୧ ଲକ୍ଷ ୧୦ ହଜାର ଟଙ୍କା ଭଡା ଦେଇ ଆଜି ମାଲକାନଗିରି ଫେରିଛନ୍ତି । ଏମାନଙ୍କ ମଧ୍ୟରେ ମାଲକାନଗିରି, କାଲିମେଳା, ମାଥିଲି ଓ ଖଇରପୁଟ ବ୍ଲକ ଅଂଚଳର ବୋଲି ଜଣାପଡ଼ିଛି । ସେମାନେ ନିଜ ଗ୍ରାମକୁ ଯାଇ ଗ୍ରାମର ଅଙ୍ଗନୱାଡି କର୍ମିିଙ୍କୁ ରିପୋର୍ଟ ଜଣାଇବା ସହ ଗୃହ ସଂଗରୋଧରେ ରହିବେ ବୋଲି ଜଣାପଡ଼ିଛି । ଏହି ଯୁବତୀମାନେ କରୋନା ଯୋଗୁଁ ରୋଜଗାର ହରାଇବା ସହ ସଂଚିତ ଅର୍ଥ ହରାଇ ଥିବାରୁ ବର୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking