33.1 C
Bhubaneswar
Sunday, June 26, 2022
Homeଓଡିଶାବିଦ୍ୟୁତ୍ ଆଘାତରେ ୨ ମୃତ

ବିଦ୍ୟୁତ୍ ଆଘାତରେ ୨ ମୃତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଅଘଟଣ ଘଟିଛି । ଦୁଇଜଣ ଯୁବକ ପଡ଼ିଆରେ ହକି ଖେଳି ଫେରୁଥିବା ପଡ଼ିଆପାଖରେ ଥିବା ଏକ ବିଦ୍ୟୁତ୍ ପୋଲ୍‌କୁ ଉଠାଇବା ବେଳେ ଦୁହେଁ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦ୍ୱୟ ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁର ବୋଲି ଜଣାପଡ଼ିଛି ।
ସେପଟେ ଯୁବକ ଦୁଇଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏ ଘଟଣା ନେଇ ପରିବାରଙ୍କ ସମେତ ଗାଁ ଲୋକେ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ବେପରୁଆ ପରିଚାଳନା ତଥା ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ୍ ସମସ୍ୟା ସମାଧାନ ନକରିବାରୁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking