28.1 C
Bhubaneswar
Friday, March 29, 2024
Homeଅପରାଧ୨୨ ବର୍ଷ ଯୁବତୀ ସହ ଏପରି ଘଟିଲା ଜାଣିଲେ ଉଡିଯିବ ହୋସ....

୨୨ ବର୍ଷ ଯୁବତୀ ସହ ଏପରି ଘଟିଲା ଜାଣିଲେ ଉଡିଯିବ ହୋସ….

ପଞ୍ଜାବ : ପଞ୍ଜାବ ବାରନଳା ସହରରେ ପୁଣି ଥରେ ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି । ଜଣେ ୨୨ ବର୍ଷିୟ ଯୁବତୀଙ୍କୁ ୮ ମାସ କାଳ ବନ୍ଧକ ବନାଯାଇ ରଖାଯାଇଥିଲା ଓ ଦୁଷ୍କର୍ମ କରାଯାଇଥିଲା । ପୋଲିସ ଦ୍ୱାରା ପିଡୀତଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ପୋଲିସ ୨ ଜଣ ମହିଳାଙ୍କ ସମେତ ୭ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଏହି ୭ ଜଣଙ୍କ ମଧ୍ୟରୁ ଜଣେ ଶିରୋମଣି ଅକାଳୀ ଦଳର ନେତା ମଧ୍ୟ ଅଛନ୍ତିି ।

ଅନ୍ୟପଟେ ପିଡୀତାକୁ ଡରାଇବା ଧମକ ଓ ରିପୋଟ ନଲେଖିବା ଅଭିଯୋଗରେ ୩ ଜଣ ଥାନା ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ଏହାପରେ ପୋଲିସ ଯୁବତୀଙ୍କ ଦାକ୍ତରୀମାଇନା କରାଇ ମାଜିଷ୍ଟ୍ରେଟଙ୍କ ଦ୍ୱାରା ବୟାନ ରେକର୍ଡ କରାଯାଇଛି ।

ଏହି ମାମଲାରେ ସୂଚନାଦେଇ ଯୁବତୀଙ୍କ ଭାଇ କହିଛନ୍ତି ଯେ, ୨୪ ଜୁନ ୨୦୨୦ରେ ତାଙ୍କ ଘରେ ଭଡାରେ ରହୁଥିବା ଜଣେ ମହିଳା ତାଙ୍କ ଭଉଣୀକୁ କଥା ଆଳରେ ଅକାଳୀଦଳର ଜଣେ ନେତା ଙ୍କଭାଇଙ୍କ ଘରକୁ ନେଇଯାଇଥିଲେ । ସେଠାରେ ତଥାକଥିତ ଜଣେ ବାବା ଓ କିଛି ମହିଳାଙ୍କ ସମେତ ୨୦ରୁ ୨୫ ଜଣ ଲୋକ ଉପସ୍ଥିତ ଥିଲେ । ସେଠାରେ ତାଙ୍କ ଭଉଣୀକୁ କିଛି ଥଣ୍ଡା ପାନୀୟ ଦିଆଯାଇଥିଲା ଏହପରେ ତାଙ୍କ ଭଉଣୀ ସହ ଗଣଦୁଷ୍କର୍ମ କରାଯାଇଥିଲା ।

ଏହାପରେ ୧୭ ଦିନ ଦରି ବାରନଳା ଜିଲ୍ଲାରେ ପନ୍ଧେର ଗ୍ରାମରେ ରଖାଯାଇଥିଲା । ଏହାପରେ ସ୍ଥାନ ବଦଳାଇ ବିଭିନ୍ନ ଯାଗାରେ ରଖାଯାଇ ଦୁଷ୍କର୍ମ କରାଯାଇଥିିଲା ।

ଏହାପରେ ଯୁବତୀ ଜଣଙ୍କୁ ଡରାଯାଇଥିଲା ଓ ମୁହଁ ଖୋଲିବାକୁ ମନାକରାଯାଇଥିଲା । ଏହାପରେ ଭତିଣ୍ଡାରେ ରଖାଯାଇ ଯୁବତୀ ଜଣଙ୍କୁ ୩ ଲକ୍ଷ ଟଙ୍କାରେ ବିକିବାକୁ ଯୋଜନା ମଧ୍ୟ କରାଯାଉଥିଲା । ଏହି ଘଟଣା ଯୁବତୀଙ୍କ କାନରେ ପଡିଥିଲା ଓ ଯୁବତୀ ଜଣକ ସେଠାରୁ ଲୁଚିକି ଖସି ଆସିଥିଲେ ।

ବାରନଳା ଏସପିଙ୍କ ପାଖରେ ପିଡୀତା ଅଭିଯୋଗ କରିଥିଲେ । ଏସପିଙ୍କ ଆଦେଶ ଅନୁସାରେ ୩ ଜଣ ପୋଲିସ ଅଫିସରଙ୍କୁ ସସପେଣ୍ଡ କରାଯିବା ସହିତ ୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking