35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଏନ୍‌କାଉଣ୍ଟରେ ୨ ଆତଙ୍କବାଦୀ ସଫା

ଏନ୍‌କାଉଣ୍ଟରେ ୨ ଆତଙ୍କବାଦୀ ସଫା

ଜାମ୍ମୁ-କଶ୍ମୀର : ଗୋଟିଏ ପଟେ ଦେଶ କରୋନା ଭୂତାଣୁ ସହ ଲମେଇ କରୁଥିବା ବେଳେ ଅନ୍ୟ ପଟେ ଦେଶର ଜାମ୍ମୁ-କଶ୍ମୀର ଆତଙ୍କବାଦୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜାମ୍ବୁ-କଶ୍ମୀର ଏନ୍‌କାଉଣ୍ଟରରେ ୨ଜଶ ଆତଙ୍କବାଦୀ ସଫା ହୋଇଛନ୍ତି । ସୋପିଆଁ ଜିଲ୍ଲା ସୁଗୁ ଅଂଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା ହୋଇଛନ୍ତି । ଆଉକିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପେରେସନ୍ ଜାରି ରହିଛି ।
ସୁରକ୍ଷାବାହିନୀ ଅଧିକାରୀଙ୍କ କହିବା ଅନୁଯାୟୀ, କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ବିଶ୍ୱସନୀୟ ସୁତ୍ରରୁୂ ସୂଚନା ମିଳିବା ପରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ଭାରତୀୟ ସେନା , ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ଶୋପିଆନ୍ ପୁଲିସର କର୍ମଚାରୀମାନେ ସାମିଲ ହୋଇଥିଲେ ବୋଲି ଜଣାପଡ଼ିଛି । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏବେ ମଧ୍ୟ ଏହି ଅଞ୍ଚଳରେ ଆହୁରି ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking