30.1 C
Bhubaneswar
Wednesday, April 24, 2024
Homeଓଡିଶା+୨ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ, ୭ରୁ ନାମଲେଖା

+୨ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ, ୭ରୁ ନାମଲେଖା

ଭୁବନେଶ୍ୱର : +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ସୋମବାର ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ସ୍ପଟ ନାମଲେଖା ଲାଗି ଆସନ୍ତାକାଲି ୨ଟା ପର୍ଯ୍ୟନ୍ତ ନାମପଞ୍ଜିକରଣ କରିବେ । ୫ ତାରିଖ ଦିନ ୫ଟା ସମୟରେ ସ୍ପଟ ନାମଲେଖା ଲାଗି ଚୁଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୭ ତାରିଖରେ ନାମଲେଖା ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଟ ନାମଲେଖା ନେଇ ଗାଇଡଲାଇନ ପ୍ରକାଶ ପାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, +୨ରେ ଯେତିକି ସିଟ ବଳକା ରହିଛି ତାଠାରୁ ୫ଗୁଣ ଅଧିକ ପିଲା ସ୍ପଟ ନାମଲେଖା ଲାଗି ଆବେଦନ କରିଛନ୍ତି । ସେହିପରି କଳେଜ ଇ ସ୍ପେଶରେ ସ୍ପଟ ନାମଲେଖା ଲାଗି ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମତାଲିକା ପ୍ରକାଶ ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅବେଦନକାରୀମାନେ ୱେବସାଇଟ୍‌ରୁ ସେମାନଙ୍କର ନାମତାଲିକା ଦେଖିପାରିବା ସହିତ କଳେଜ ଗୁଡିକର ନୋଟିସ ବୋର୍ଡରେ ମଧ୍ୟ ନାମତାଲିକା ପ୍ରକାଶ ପାଇବ ।

ସେହିଭଳି ବିଭାଗ ପକ୍ଷରୁ ସ୍ପଟ ନାମଲେଖା ନେଇ ଗାଇଡଲାଇନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ପୂର୍ବରୁ ଆବେଦନ କରିନଥିଲେ ଓ ସ୍ପଟ ନାମଲେଖା ଲାଗି ସଦ୍ୟ ଆବେଦନ କରିଛନ୍ତି ସେମାନଙ୍କୁ ନାମଲେଖାରୁ ବାଦ ଦିଆଯିବ । ସେହିପରି ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାରେ ଚୟନ ହୋଇଥିଲେ କିନ୍ତୁ କୌଣସି କାରଣବସତଃ ନାମଲେଖାଇ ପାରିନଥିବେ ସେମାନେ ନିଜର ଇଣ୍ଟିମେସନ ଲେଟର ଚୟନ ହୋଇଥିବା କଲେଜରେ ଦାଖଲ କରିବେ ।

ଯେଉଁ ପିଲାମାନଙ୍କର ନାମ ସ୍ପଟ ନାମଲେଖା ତାଲିକାରେ ରହିଛି ସେମାନେ କଲେଜର ଅଧ୍ୟକ୍ଷକଙ୍କ ନିକଟରେ ନାମଲେଖାଇବା ଲାଗି ଆଗ୍ରହୀ ବୋଲି ଏକ ହାତଲେଖା ଦରଖାସ୍ତ ପ୍ରଦାନ କରିବେ । ସେହିଭଳି ଯେଉଁ ପିଲାମାନେ ପ୍ରଥମ ପର୍ଯ୍ୟୟ ନାମଲେଖା ଲାଗି ଚୟନ ହୋଇଥିବେ କିନ୍ତୁ ସ୍ଳାଇଡ-ଅଫ କରିନଥିବେ ସେମାନେ ମଧ୍ୟ ସ୍ପଟ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହେବେନି । ଏହା ସହ ସ୍ପଟ ନାମଲେଖା ସମ୍ପୁର୍ଣ୍ଣଭାବେ ମେରିଟଲିଷ୍ଟ ଅନୁଯାୟୀ କରାଯିବ । ସ୍ପଟ ନାମଲେଖା ସମୟରେ କୈାଣସି ସାର୍ଟିଫିକେଟ ଯଥା ଟିସି,ସିଏଲସି, ଏସଏଲସି ଯେଉଁମାନେ ଦାଖଲ କରିପାରିବେନି ସେମାନେ ଅଣ୍ଡରଟେକିଂ ଲେଖି ୩୦ ଦିନ ମଧ୍ୟରେ ସମସ୍ତ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking