ମାଆକୁ ପିଟିପିଟି ମାରିଦେଲେ ୨ ପୁଅ

ଭୁବନେଶ୍ୱର : ମାଆକୁ ପିଟିପିଟି ୨ ପୁଅ ହତ୍ୟା କରିଥିବା ଖବର ଆସିଛି । ଏପରି ଏକ ଅଭାବନୀୟ ନୃଶଂସ ହତ୍ୟାକାଣ୍ଡ ଘଟଣା ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି । ଲୁହା ରଡ୍‌ରେ ପିଟି ଦୁଇ ପୁଅ ମାରିଦେଇଥିବା ଅଭିଯୋଗ ଆସିଛି ।

ତେବେ ଦୁଇ ପୁଅଙ୍କ ବୟସ ଯଥାକ୍ରମେ ୧୫ ଓ ୧୨ ବୋଲି ସୂଚନା ମିଳିଛି । ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରୁ ପୋଲିସ୍ ଦ୍ୱାରା ମୃତ ଦେହକୁ ଜବତ କରାଯାଇଛି । ଏଥିସହ ୨ ପୁଅଙ୍କୁ ଅଟକ ରଖି ବୋଲିସ୍ ତଦନ୍ତ ଆରମ୍ଭ କରିଛି ।ତେବେ ଏହି ହତ୍ୟାକାଣ୍ଡ କେଉଁ ପରିସ୍ଥିତିରେ ଓ କେଉଁ କାରଣ ପାଇଁ ଘଟିଲା ସେ ନେଇ ପୋଲିସ୍ ପଚରାଉଚୁରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here