30.1 C
Bhubaneswar
Wednesday, April 24, 2024
HomeUncategorizedଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ରାଉରକେଲା: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ୍ ହାର ୭୦ ପ୍ରତିଶତ ରହିଛି । ରାଉରକେଲାରେ ଛାତ୍ରଛାତ୍ରୀଙ୍କ ପାସ ହାର ସନ୍ତୋଷଜନକ ରହିଛି । ସହରର ପାନପୋଷ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟ ଓ ଦକ୍ଷିଣ ରାଉରକେଲାର ଗାନ୍ଧି କଲେଜରେ ପରୀକ୍ଷାଫଳ ସେନ୍ତୋଷଜନକ ରହିଥିବା ସୂଚନା ମିଳିଛି । ସେହିପରି ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟର ସେକ୍ଟର-୨ ଓ ସାରନଗରୀ କେନ୍ଦ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସଫଳତାର ସହିତ କୃତିତ୍ୱ ଅର୍ଜନ କରିଛନ୍ତି । ଉକ୍ତ ଅନୁଷ୍ଠାନରୁ ୧୧ଜଣ ପ୍ରଥମ ଶ୍ରେଣୀରେ ଉର୍ତୀର୍ଣ୍ଣ ହୋଇଥିବା  ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଅନୁଷ୍ଠାନରୁ ଛାତ୍ର ସୋମେଶ ବାଡତିଆ ପ୍ରତିଶତ ରଖି ସଫଳତାର ଶୀର୍ଷରେ ଅଛନ୍ତି ।  ବର୍ତମାନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ, ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପାଠପଢା ପାଇଁ ସ୍ୱତନ୍ତ୍ର ରିହାତି ରହିଛି ବୋଲି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି । ଯୁକ୍ତ ଦୁଇ ବିଜ୍ଞାନରେ କୃତୀତ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking