28.1 C
Bhubaneswar
Friday, March 29, 2024
Homeଓଡିଶାମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ପଡ଼ିଲେ ଭାଲୁ ସାମ୍ନାରେ

ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ପଡ଼ିଲେ ଭାଲୁ ସାମ୍ନାରେ

ରେଢାଖୋଲ : ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ପଡ଼ିଲେ ଭାଲୁ ସାମ୍ନାରେ । ସୂଚନା ଅନୁଯାୟୀ , ଜଙ୍ଗଲ ଭିତରକୁ ମହୁ ସଂଗ୍ରହ ପାଇଁ ୫ ଜଣ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଭାଲୁ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ଓ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ରେଢାଖୋଲ ଅଞ୍ଚଳ ବଡ଼ବାହାଲ ରେଞ୍ଜ ଟାଲ୍ ଗାଁ ନିକଟ ଜଙ୍ଗଲରେ ଘଟିଛି ।
ସୂଚନା ଅନୁଯାୟୀ , ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ୫ଜଣ ଯାଇଥିଲେ । ପହିଲି ରଜ ଅବସରରେ ଆଜି ପୂର୍ବାହ୍ନରେ ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହାଲ ରେଞ୍ଜର ବଣିଆବନ୍ଧ ଗାଁର ଚେରୁ ମୁଣ୍ଡା, କୃଷ୍ଣ ମୁଣ୍ଡା, ଅଶାଢୁ ମୁଣ୍ଡା, ସୁବର୍ଣ୍ଣ ମୁଣ୍ଡା ଓ ସୁବଳ ମୁଣ୍ଡା ମହୁ ଖାଇବା ପାଇଁ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ।ଭାଲୁ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଅନ୍ୟ ଦୁଇ ଜଣ ଜୀବନ ବିକଳରେ ଗଛରେ ଚଢି ଯାଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତିଙ୍କ ଠାରୁ ଖବର ପାଇ ସ୍ଥାନୀୟ ବନ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ । ଆହତ ଅବସ୍ଥାରେ ଖସି ଆସିଥିବା ବ୍ୟକ୍ତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଅନ୍ୟପଟେ ମୃତ ଦୁଇ ବ୍ୟକ୍ତିଙ୍କର ମୃତ ଶରୀରକୁ ବନ କର୍ମଚାରୀଙ୍କ ଉପସ୍ଥିତିରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବନବିଭାଗ ତରଫରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking