30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨ ଓଡ଼ିଆ ଶିକ୍ଷକଙ୍କୁ ରାଷ୍ଟ୍ରପତି ପୁରସ୍କାର

୨ ଓଡ଼ିଆ ଶିକ୍ଷକଙ୍କୁ ରାଷ୍ଟ୍ରପତି ପୁରସ୍କାର

ନୂଆଦିଲ୍ଲୀ : ଆଜି ହେଉଛି ଗୁରୁଦିବସ । ଆଜିର ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଗ୍ରହଣ କରିଥିଲେ । ଗୁରୁ ଦିବସରେ ସମ୍ମାନୀତ ହେଲେ ଗୁରୁ । ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ । ଅଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି ।

ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ସେହିପରି ତାପସ କୁମାର ମହାନ୍ତି ଖୋର୍ଦ୍ଧା ଦୃଷ୍ଟିବାଧିତ ଭୀମଭୋଇ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ଦୁଇ ଓଡ଼ିଆ ଶିକ୍ଷକଙ୍କ ସମେତ ଦେଶର ୪୭ ଜଣ ଶିକ୍ଷକଙ୍କୁ ଭିଡିଓ କନଫରେନ୍ସିଂରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନୀତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking