33.1 C
Bhubaneswar
Thursday, April 25, 2024
Homeଓଡିଶା୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଆସି ଧରାପଡ଼ିଲେ ୨ ନକ୍ସଲ

୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଆସି ଧରାପଡ଼ିଲେ ୨ ନକ୍ସଲ

ମାଲକାନଗିରି :୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର ନିଷ୍ପତ୍ତି ପରେ ନକ୍ସଲ ସଙ୍ଗଠନରେ ଭାଳେଣି ପଡ଼ିଛି । ପାଖରେ ଥିବା ବିପୁଳ ପରିମାଣର ନୋଟ୍‌କୁ କେମିତି ବଦଳାଇବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେଣୁ ନକ୍ସଲ ନେତାମାନେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ୨୦୦୦ ଟଙ୍କିଆ ନୋଟ୍ ବଦଳାଉଛନ୍ତି । ଆଜି ଏମିତି ଏକ ରାକେଟ୍ ପର୍ଦ୍ଦାଫାସ ହୋଇଛି । ଜମା ହେବାକୁ ଆସିଥିବା ୨୦୦୦ ଟଙ୍କା ନୋଟ୍ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି ଡିଆର୍‌ଜି ଯବାନ । ଏନେଇ ସୂଚନା ଦେଇଛନ୍ତି ଛତିଗଶଗଡ଼ ବିଜାପୁର ଏସ୍‌ପି ଅଞ୍ଜନେୟ ବାର୍ଣ୍ଣେୟ । ଛତିଶଗଡ଼ର ନକ୍ସଲ ନେତା ମଲେସ୍‌ଠାରୁ ୮ ଲକ୍ଷ ଟଙ୍କା (୨୦୦୦ ଟଙ୍କିଆ ନୋଟ୍‌) ଧରି ବିଜାପୁର ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିଲେ ଦୁଇ ନକ୍ସଲ ସମର୍ଥକ ।

ଦୁଇ ଲକ୍ଷରୁ ଅଧିକ ଟଙ୍କା ଜମା କରିସାରିଥିଲେ । ବାକି ଟଙ୍କା ଜମା କରୁଥିବା ବେଳେ ବ୍ୟାଙ୍କରେ ଡିଆର୍‌ଜି ଯବାନ ସେମାନଙ୍କୁ ମାଡ଼ି ବସିଥିଲା । ଯବାନମାନେ ଦୁଇ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଓ ୧୧ଟି ପାସ୍‌ବୁକ ଜବତ କରିଥିଲା । ଏହି ନକ୍ସଲମାନେ ଧମକଚମକ ଦେଇ ବଟି ଆଦାୟ କରୁଥିଲେ । ସେଥିରେ ସାଧାରଣତଃ ୨୦୦୦ ଟଙ୍କିଆ ନୋଟ୍ ବେଶୀ ପାଉଥିଲେ । ଆର୍‌ବିଆଇ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର କରିଥିବାରୁ ନକ୍ସଲଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ସେମାନେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଉଦ୍ୟମ କରିଥିଲେ । ସେଥିପାଇଁ ସେମାନେ ଦୁର୍ଗମଞ୍ଚଳର ଗରିବଙ୍କ ପାସ୍‌ବୁକ୍ ହାତେଇଥିଲେ । ପରେ ସେମାନଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରୁଥିଲେ । ଥରେ ଟଙ୍କା ଜମା ହେବା ପରେ ପରବର୍ତ୍ତି ସମୟ ନକ୍ସଲମାନେ ଉଠାଇ ନେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking