30.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗୀରକୁ ଡ଼େଇଁଲା କରୋନା, ଆକ୍ରାନ୍ତ ସଂଖ୍ୟା ହେଲା ୧୪୫

ବଲାଙ୍ଗୀରକୁ ଡ଼େଇଁଲା କରୋନା, ଆକ୍ରାନ୍ତ ସଂଖ୍ୟା ହେଲା ୧୪୫

ଭୁବନେଶ୍ୱର : ରାଜ୍ୟରେ ଆଉ ୨କରୋନା ପଜେଟିଭ୍ ଚିହ୍ନଟ । ରାଜ୍ୟରେ କରୋନା କ୍ରମେ ଥମି ବାରେ ନା’ ଧରୁନି । ଏହା କ୍ରମେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଜିଲ୍ଲାକୁ ମାଡ଼ିବାରେ ଳାଗିଛି । ଏବେ ବଲାଙ୍ଗୀର ଜିଲ୍ଲାକୁ ଡ଼େଇଁଛି ଏହି ରୋଗ । ଜିଲ୍ଲାରେ ୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ଜଣ ଯାଙ୍କ ଯୁବକ ବୋଲି ସୂଚନା ଦିଆଯାଇଛି । ଜଣଙ୍କ ବୟସ ୨୨ଥିଲାବେଳେ ଅନ୍ୟ ଜଣଙ୍କ ବୟସ ୧୮ ବୋଳଇ ଜଣାପଡ଼ିଛି । ଉଭୟ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦିଆଯାଇଛି । ବଲାଙ୍ଗିରୁ ୨ଚିହ୍ନଟଙ୍କ ପରେ ଆଉ ଏକ ଉଦ୍‌ବେଗ ଓ ଚ୍ୟାଲେଂଚ ସରକାରଙ୍କ ପାଖରେ ଛିଡ଼ାହୋଇଛି । ପ୍ରଥମେ ନିଜାମୁଦ୍ଦିନ ଫେରାନ୍ତ ନିଦ ହଜାଇ ଥିଲାବେଳେ ଏବେ ପଶ୍ଚିମବଙ୍ଗ ଫେରନ୍ତା ନିଦ ହଜାଇ ଥିଲାବେଳେ ପୁଣି ତାମିଲନାଡୁ ଫେରନ୍ତା ନିଦ ହଜାଇ ଦେଇଛି । ରାଜ୍ୟରେ ବଲାଙ୍ଗିର ଏଥିରେ ସାମିଲ ହୋଇନଥିଲା । ପ୍ରଥମ ଥର ପାିଁ ଆଜି ଏହି ରିପୋର୍ଟ ଆସିଛି । ସକାଳେ ଜଣେ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ବଲାଙ୍ଗିରରୁ ୨ଚିହ୍ନଟ ମିଶାଇଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ଛୁଇଁଛି ।
ତାମିଲନାଡୁ ଫେରନ୍ତାଙ୍କ ଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସରକାରଙ୍କୁ ତାମିଲନାଡୁ ଫେରନ୍ତାଙ୍କୁ ଖୋଜିବାକୁ ହେବ । ଲକ୍‌ଡାଉନ୍ ଖୋଲିବା ପରେ ବିଭିନ୍ନ ରାଜ୍ୟରୁ ଓଡ଼ିଆମାନେ ଫେରିବାକୁ ଥିବାରୁ ସମସ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ତାମିଲନାଡୁ ଫେରନ୍ତା ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ସଂକ୍ରମିତ ଅଂଚଳରୁ ମଧ୍ୟ ଲୋକେ ଆସିବାର ଥିବାରୁ ଆଶଙ୍କା ଅଧିକ ବଢ଼ୁଛି । ବଲାଙ୍ଗିରର ୨ ଚିହ୍ନଟ କେଉଁ ମାନଙ୍କ ସାଙ୍ଗରେ ମିଶିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଚାଲିଛି । ନିକଟରେ କୋରାପୁଟ୍‌, କେନ୍ଦୁଣ, ଦେବଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ପୁରୀ, ଢ଼େଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ । ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଜିଲ୍ଲା କରୋନା କବଳିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking