28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ହିମସ୍ଖଳନ ଘଟଣା: ତପୋବନ ଟନେଲ୍‌ରୁ ମିଳିଲା ଆଉ ୨ଶବ, ମୃତ୍ୟୁ ସଂଖ୍ୟା...

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ହିମସ୍ଖଳନ ଘଟଣା: ତପୋବନ ଟନେଲ୍‌ରୁ ମିଳିଲା ଆଉ ୨ଶବ, ମୃତ୍ୟୁ ସଂଖ୍ୟା ୪୦ ଛୁଇଁଲା

ନୂଆଦିଲ୍ଲୀ : ହିମସ୍ଖଳନ କାରଣରୁ ଗତ ୭ ତାରିଖ ରବିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଯେଉଁ ବନ୍ୟା ହୋଇଥିଲା ସେଥିରେ ୨୦୦ରୁ ଅଧିକ ଲୋକ ନିଖୋଜ ରହିଥିବା ବେଳେ ମୃତ୍ୟୁ ସଂଖ୍ୟ ୪୦ରେ ପହଁଚିଛି । ଉଦ୍ଧାରକାରୀ ଦଳ ଆଜି ତପବୋନ ଟନେଲ୍‌ର କାଦୁଅରେ ଫସି ରହିଥିବା ଆଉ ଦୁଇଟି ଶବ ଉଦ୍ଧାର କରିଛନ୍ତି । ଏକ ସପ୍ତାହ ପରେ ଆଜି ପ୍ରଥମ କରି ଟନେଲ୍ ଭିତରୁ ଏହି ଦୁଇଟି ଶବ ଉଦ୍ଧାର କରାଯାଇଛି । ଏହାପୂର୍ବରୁ ମିଳିଥିବା ଅନ୍ୟ ୩୮ଟି ଶବ ଗତ ସପ୍ତାହରେ ଧଉଳିଗଙ୍ଗା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ଅନ୍ୟପକ୍ଷରେ ତପବୋନ ଟନେଲ୍‌ରେ ଫସି ରହିଥିବା ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ସପ୍ତାହରୁ ଅଧିକ ଦିନ ହେବ ପ୍ରଚେଷ୍ଟା ଜୋର୍‌ଦାର୍ ଚାଲିଛିି ।

ଏହି ସମ୍ବନ୍ଧରେ ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ଯେ, ତପୋବନ ମୁଖ ସୁଡ଼ଙ୍ଗ କୂଳରୁ ଏହି ଶବ ଦୁଇଟି ଉଦ୍ଧାର କରାଯାଇଛି, ଏଠାରେ ଫସିରହିଥିବା ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଏହି ବିପତି ଘଟିବା ଦିନରୁ ସେଠାକାର ପୋଲିସ, ଏସ୍‌ଡିଆରଏଫ, ଏନ୍‌ଡିଆର୍‌ଏଫ ଓ ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବାର ସେ କହିଛନ୍ତି । ଏଠାରେ ସୂଚନା ଥାଉକି, ଟନେଲ୍ ଭିତରେ ଫସି ରହିଥିବା ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡ୍ରିଲିଂ ମେସିନ୍ ସହାୟତାରେ ୧୨ ମିଟର ଲମ୍ବ ୭୫ ମିଟର ବ୍ୟାସାର୍ଦ୍ଧର ଏକ ସୁଡ଼ଙ୍ଗ ତିଆରି କରାଯାଇଥିଲା ।

ଏବେ ପଙ୍କ କାରଣରୁ ଭିତରକୁ କ୍ୟାମେରା ପଠାଇବା ସୁବିଧା ଜନକ ହୋଇନଥିବା ବେଳେ ବଡ଼ ଧରଣର ସୁଡ଼ଙ୍ଗ କରିବାକୁ ପ୍ରୟାସ ଜାରି ରହିଛି । ଏବେ ସୁଦ୍ଧା ୪୦ ଶବ ଉଦ୍ଧାର ହୋଇଥିଲେ ହେଁ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ବର୍ତ୍ତମାନ ସୁଦ୍ଧା ୨୦୪ ଜଣ ଲୋକ ନିଖୋଜ ରହିଥିବାର ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ମିଳିଥିବା ଶବ ଦୁଇଟିର ପରିଚୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking