ସ୍କୁଲର ପାଚିକା ଓ ସହାୟିକାଙ୍କୁ ୨ ମାସର ଦରମା

2-months-salary-for-school-cooks-and-assistants

ଭୁବନେଶ୍ୱର : ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ପାଇଁ ଆସିଛି ଖୁସି ଖବର । କୋଭିଡ-୧୯ ଯୋଗୁଁ ଦୀର୍ଘ ୬ମାସରୁ ଅଧିକ ସମୟ ହେବ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧କୋଟି ୮୧ଲକ୍ଷ ୫୮ହଜାର ୪୦୦ ଟଙ୍କା ମଞ୍ଜୁରୀ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | ଏଭଳି ନିର୍ଦେଶାବଳୀରୁ ଖୁବଶୀଘ୍ର ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କରୁଛନ୍ତି ବୋଲି ଅନୁମାନ କରାଯାଉଛି । କୋଭିଡ-୧୯ ସଂକ୍ରମଣ ଲାଗି ପ୍ରାୟ ୭ ମାସ ହେବ ବନ୍ଦ ଥିବା ସ୍କୁଲଗୁଡ଼ିକ ପୂଜା ଛୁଟି ପରେ ଖୋଲିପାରେ। ରାଜ୍ୟରେ ସ୍କୁଲ ଖୋଲିବା ନେଇ ଆଶା ଉଜ୍ୱଳ ହୋଇଛି । ସ୍କୁଲ ପରିସର ସଫା କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ୬ ମାସ ହେଲା ସ୍କୁଲ ବନ୍ଦ ରହିଥିବାରୁ ସଫା କରିବାକୁ ନିର୍ଦ୍ଦେଶ ଦିଆହେଇଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ହେଡ଼କ୍ୱାର୍ଟର ଛାଡି ନ ଯିବାକୁ କୁହାଯାଇଛି | ସ୍କୁଲଗୁଡ଼ିକୁ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି | ଏହାର ଉଲ୍ଲଂଘନ କଲେ ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here