26.7 C
Bhubaneswar
Friday, April 19, 2024
Homeଓଡିଶାଦୁଇ ଝିଅ ନିଖୋଜ

ଦୁଇ ଝିଅ ନିଖୋଜ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପଖନାପାରା ଗ୍ରାମର ୨ ଜଣ ନାବାଳିକା ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଯାଇଥିଲେ । ଗୁରୁବାର ସନ୍ଧ୍ୟା ସମୟରେ ଉକ୍ତ ଗ୍ରାମରେ ଥିବା ଏକ ପୋଖରୀରେ ଗୋଟିଏ ଝିଅର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ । ଉକ୍ତ ପୋଖରୀ ସେମାନଙ୍କ ଘର ଠାରୁ ପ୍ରାୟ ୨ ଶହ ମିଟର ଦୂର ହୋଇଥିବା ଓ ରାତି ହୋଇଯିବାରୁ ଶୁକ୍ରବାର ସକାଳେ ଅଗ୍ନିଶମ ବିଭାଗର ସହାୟତାରେ ଉଦ୍ଧାର କରାଯିବ ବୋଲି କୁନ୍ଦେଇ ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେବାସହ ଅନ୍ୟ ଜଣେ ମଧ୍ୟ ସେଠାରେ ବୁଡ଼ି ରହିଥାଇ ପାରେ ବୋଲି କହିଛନ୍ତି । ଏଏସଆଇ ରମେଶ ଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।
ସୂଚନା ଅନୁଯାୟୀ, ଗତ ୩ ତାରିଖରୁ ଗୋନା ଗ୍ରାମର ପ୍ରକାଶ ପାଣ୍ଡେଙ୍କ ଝିଅ ଲକ୍ଷ୍ମୀ ପାଣ୍ଡେ (୨) ଓ କସବଙ୍ଗା ପଂଚାୟତର ପଖନାପାରା ଗ୍ରାମର ସିଜନ ତିୱାରୀଙ୍କ ଝିଅ ପଂଚବତୀ ତିୱାରୀ (୮) ସେମାନଙ୍କ ମାମୁଁ ଘର ପଖନାପାରାକୁ ବୁଲିବାକୁ ଯାଇଥିଲେ । କିନ୍ତୁ ଆଉ ଦୁହେଁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଏନେଇ ଉଭୟ ପରିବାର ୫ ତାରିଖରେ କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। କୁନ୍ଦେଇ ପୁଲିସ୍ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ପାଇ ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking