ଭୁବନେଶ୍ୱର: ପ୍ରକାଶ ପାଇଲା +୨ ଚଳିତ ବର୍ଷର କଟ୍ଅଫ୍ ମାର୍କ । କଳା,ବିଜ୍ଞାନ ଓ ବାଣିଜ୍ୟରେ ରେଜେନ୍ସା ଆଗରେ ରହିଛି । କଳାରେ ୮୦%,ବିଜ୍ଞାନରେ ୯୧.୬୭% ଏବଂ ବାଣିଜ୍ୟରେ ୭୯.୨୦% କଟ୍ଅଫ୍ ମାର୍କ । ହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା ।
ରେଭେନ୍ସା ବିଶ୍ୱ ବିଦ୍ୟାଳୟ କଳାରେ ସର୍ବାଧିକ ୮୦ ପ୍ରତିଶତ କଟ୍ଅଫ ମାର୍କ ରହିଛି। ସେହିପରି କଳାରେ ଦ୍ୱିତୀୟରେ ଥିବା ରାଉରକେଲା ସରକାରୀ କଲେଜରେ କଟଅଫ୍ ମାର୍କ ୭୯ ପ୍ରତିଶତ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ଡିଏଭି ଟିଟିଲାଗଡ଼ରେ କଟଅଫ୍ ମାର୍କ ୭୮.୬୭ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ ଥିବା ବାଲେଶ୍ୱର ଏଫ୍ଏମ୍ କଲେଜର କଟଅଫ୍ ମାର୍କ ୭୮ ପ୍ରତିଶତ ଥିବାବେଳେ ପଞ୍ଚମରେ ଥିବା ଭବାନୀପାଟଣାର କଲେଜର କଟଅଫ୍ ମାର୍କ ୭୭.୫୦ ପ୍ରତିଶତ ରହିଛି। ସେହିପରି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ବିଜ୍ଞାନର କଟଅଫ୍ ମାର୍କ ସର୍ବାଧିକ ୯୧.୬୭ ରହିଛି। ସେହିପରି ଦ୍ୱିତୀୟରେ ବାଲେଶ୍ୱର ଏଫ୍ଏମ୍ କଟଅଫ୍ ମାର୍କ ୯୦ ପ୍ରତିଶତ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ବିଜେବି କଲେଜରେ କଟଅଫ୍ ମାର୍କ ୮୯ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ ଥିବା ନୀଳକଣ୍ଠ ନଗର ଏସ୍ଏସ୍ଭିଏମ୍ କଲେଜର କଟଅଫ୍ ମାର୍କ ୮୯ ରହିଥିବା ବେଳେ ପଞ୍ଚମ ସ୍ଥାନରେ ଥିବା ସୋର ୟୁଏନ୍ କଲେଜ କଟଅଫ୍ ମାର୍କ ୮୬.୮୩ ପ୍ରତିଶତ ରହିଛି।ବାଣିଜ୍ୟର ମଧ୍ୟ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି। ବାଣିଜ୍ୟର ସର୍ବାଧିକ କଟ୍ଅଫ ମାର୍କ ୭୯.୨୦% ରହିଛି। ଦ୍ୱିତୀୟ ସ୍ଥାନରେ ରାଉରକେଲା ସରକାରୀ କଲେଜର କଟଅଫ୍ ମାର୍କ ୭୭.୩୩ ପ୍ରତିଶତ ଥିବାବେଳେ ବିଜେବିରେ କଟଅଫ୍ ମାର୍କ ୭୩ ପ୍ରତିଶତ ରହିଛି।
ସେହିପରି ଚତୁର୍ଥ ସ୍ଥାନରେ ଥିବା କଟକ ଜେକେବିକେ କଲେଜରେ କଟଅଫ୍ ମାର୍କ ୭୨.୨୦ ପ୍ରତିଶତ ଥିବାବେଳେ ପଞ୍ଚମରେ ଥିବା କଟକ ଶୈଳବାଳାର କଟଅଫ୍ ମାର୍କ ୭୨.୧୭ ପ୍ରତିଶତ ରହିଛି। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ । ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା ।୨ହଜାର ୧୫୮ଟି କଲେଜ ପାଇଁ ୫ଲକ୍ଷ ୯ହଜାର ୬୧୪ ସିଟରେ ନାମଲେଖା ହେବ । ସାମସର ତଥ୍ୟ ଅନୁଯାୟୀ ରାଜ୍ୟରେ ୫ଲକ୍ଷ ୭ହଜାର ୪୨୬ ଜଣ ପଞ୍ଜିକରଣ କରିଥିବା ବେଳେ ମୋଟ ୪ଲକ୍ଷ ୬୭ହଜାର ୨୭୨ ଜଣ ଆବେଦନ କରିଛନ୍ତି । ପ୍ରତିବର୍ଷ ୩ ପ୍ରତିଶତରୁ ଅଧିକ କଟ ଅଫ୍ ମାର୍କ ବୃଦ୍ଧି ହେଉଛି ।