27.1 C
Bhubaneswar
Thursday, April 25, 2024
Homeଓଡିଶାସଟ ଡାଉନ ବେଳେ ଜାରି ରହିବ ଯୁକ୍ତ ଦୁଇ ଖାତା ଦେଖା

ସଟ ଡାଉନ ବେଳେ ଜାରି ରହିବ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର: ଜାରି କରୋନାର କାୟା ବିସ୍ତାର । ଦେଶ ସମେତ ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ବଢିବାରେ ଲାଗିଛି । ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି । ହେଲେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ ଶଟଡାଉନ୍ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ତେଣୁ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ନିରନ୍ତର ରଖିବା ଲାଗି ମୂଲ୍ୟାୟନ କେନ୍ଦ୍ରକୁ ସପ୍ତାହାନ୍ତ ଶଟଡାଉନ୍ ବେଳେ ଖୋଲା ରଖିବା ଲାଗି ଅନୁମତି ଦେବାକୁ ଚିଠିରେ କୁହାଯାଇଛି । ଏହାସହ ମୂଲ୍ୟାୟନରେ ସଂପୃକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହେବ ସେନେଇ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି । ଆଜି ରାଜ୍ୟରେ ୭୧୮ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ୭୧୮ ଚିହ୍ନଟଙ୍କ ମଧ୍ୟରୁ ୪୭୯ଟି କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୯ଟି ରହିଛି । ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୧୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking