43.9 C
Bhubaneswar
Friday, April 19, 2024
Homeଓଡିଶା+୨ ପରୀକ୍ଷା ହେବ କି ନାହିଁ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ: ଗଣଶିକ୍ଷା ମନ୍ତ୍ରୀ

+୨ ପରୀକ୍ଷା ହେବ କି ନାହିଁ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ବୋର୍ଡର ଦ୍ୱାଦଶ ପରୀକ୍ଷା ବାତିଲ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶୀକ୍ଷା ପରିଷଦର +୨ ଛାତ୍ରଛାତ୍ରୀଙ୍କୁ ଚିନ୍ତା ଘାରିଛି । +୨ ପରୀକ୍ଷା ହେବ କି ନାହିଁ, ଯଦି ବାତିଲ୍ ହେବ ମୂଲ୍ୟାୟନ କେଉଁ ଆଧାରରେ ହେବ, ସେ ନେଇ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ଓ +୨ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ମଧ୍ୟ +୨ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ଜୁନ୍ ପ୍ରଥମ ସପ୍ତାହରେ ଗ୍ରହଣ କରାଯିବ ବୋଲି ମଧ୍ୟ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।

ତେବେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ସେ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳ୍ପନାଜଳ୍ପନା ଲାଗି ରହିଛି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଦ୍ୱାଦଶ ପରୀକ୍ଷା ସମ୍ପର୍କିତ ଆଲୋଚନା ବୈଠକରେ ଓଡ଼ିଶା ପରୀକ୍ଷା ଆୟୋଜନ କରିବା ସପକ୍ଷରେ ମତ ରଖିଥିଲା । ତେବେ +୨ ପରୀକ୍ଷା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାଜ୍ୟ ସରକାର ଜୁନ୍ ପ୍ରଥମ ସପ୍ତାହରେ ସ୍ଥିତି ଅନୁଯାୟୀ ପରୀକ୍ଷା ନିଷ୍ପତ୍ତି ଗ୍ରହଣ କରିବେ ବୋଲି ପୂର୍ବରୁ କହିଥିଲି । ଯଦିଓ ସିବିଏସଇ ବୋର୍ଡର ଦ୍ୱାଦଶ ପରୀକ୍ଷା ବାତିଲ୍ ହୋଇଛି ଏହାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇନି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଚାରବିମର୍ଶ କଲାପରେ ଜୁନ୍ ପ୍ରଥମ ସପ୍ତାହରେ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking