18.1 C
Bhubaneswar
Sunday, November 24, 2024
Homeଓଡିଶା+୨ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୭୨ହଜାରରୁ ଊର୍ଦ୍ଧ୍ୱ ଆବେଦନକାରୀ

+୨ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୭୨ହଜାରରୁ ଊର୍ଦ୍ଧ୍ୱ ଆବେଦନକାରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ +୨ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ ହେଉଥିବାବେଳେ ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ରେ କମନ୍‍ ଆପ୍ଲିକେସନ୍‍ ଫର୍ମ ପୂରଣ କରି ତାହାର ଏକ ପ୍ରିଣ୍ଟକପି ସହିତ ନିର୍ଦ୍ଧାରିତ ଆବେଦନ ଫି’ ଓ ସମସ୍ତ ସାର୍ଟିଫିକେଟର ଜେରକ୍ସ ସାମନ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବାକୁ ପଡ଼ିବ ।

ନାମଲେଖା ସମ୍ପାଦିତ ସୂଚନା ଓ ସହାୟତା ପାଇଁ ସାମ୍‍ସ ରିସୋର୍ସ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଯେଉଁ କଲେଜ ପାଇଁ ମନୋନୀତ ହୋଇଥିବେ ସେହି କଲେଜରେ ନାମଲେଖାଇବା ବାଧ୍ୟତାମୂଳକ ଅଟେ । ନଚେତ୍‍ ନାମଲେଖା ପ୍ରକ୍ରିୟାରୁ ସେମାନେ ବାଦ୍‍ ପଡ଼ିବେ । ସେହିପରି ଯେଉଁ ସବୁ ଜୁନିୟର କଲେଜ ସାମ୍‌ସ୍ ଅଧୀନରେ ପଞ୍ଜିକୃତ ସମ୍ପୃକ୍ତ କଳେଜର ତାଲିକା କେବଳ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । ପ୍ରଥମ ଦିବସରେ ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ମୋଟ୍ ୭୨,୮୨୮ଜଣ ପିଲା ନାମ ପଞ୍ଜିକରଣ କରିଛନ୍ତି । ସେଥିରୁ ୫୧୩୭୮ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିଥିବା ବେଳେ ୫୦ହଜାର ୮୨୧ଜଣ ଟଙ୍କା ପୈଠ କରିସାରିଛନ୍ତି ।

ଛାତ୍ରଛାତ୍ରୀ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେହିପରି ଅଗଷ୍ଟ ୧୭ ତାରିଖ ଅପରାହ୍ଣ ୩ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୧୯ ରୁ ୨୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମ ଲେଖାଇଥିବା ପିଲାମାନେ ସ୍ଲାଇଡ୍ ଅପ୍ କରିପାରିବେ । ସେପ୍ଟେମ୍ବରର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବା ବେଳେ ୮ ତାରିଖ ରାତି ୯ଟାରେ ନାମଲେଖା ତାଲିକା ପୋର୍ଟାଲରେ ଅପଲୋଡ ହେବ ।

ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୪ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ । ୧୭ ତାରିଖ ସନ୍ଧ୍ୟା ୬ଟାରେ ପିଲାଙ୍କ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ପୋର୍ଟାଲରେ ଅପଡେଟ୍ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦର୍ଶାଯାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ତେବେ ରାଜ୍ୟରେ ୨୦୫୮ଟି ଜୁନିୟର କଲେଜରେ ୪ଲକ୍ଷ ୨୪ହଜାର ୭୩୯ ସିଟ୍ ଥିବା ବେଳେ ୨୩୧ଟି ଧନ୍ଦାମୂଳକଶିକ୍ଷା ପାଠ୍ୟକ୍ରମରେ ୧୧ହଜାର ୮୮ ଏବଂ ୧୭୪ଟି ସଂସ୍କୃତ ସ୍କୁଲରେ ଥିବା ୧୨ହଜାର ୨୦ଟି ସିଟ୍ ଲାଗି ନାମଲେଖା ପ୍ରକ୍ରିୟା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking