27.1 C
Bhubaneswar
Friday, March 29, 2024
Homeଓଡିଶା+୨ ନାମଲେଖା: ୧୭ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

+୨ ନାମଲେଖା: ୧୭ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ(+୨ ପ୍ରଥମ ବର୍ଷ) ଶ୍ରେଣୀରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟରେ ମୋଟ୍ ୨୦୬୪ଟି ଜୁନିୟର କଲେଜରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକଶିକ୍ଷା ଏବଂ ସଂସ୍କୃତରେ ୫ଲକ୍ଷ ୭ହଜାର ୭୫୮ ସିଟ୍ ରହିଛି । ଦ୍ୱାଦଶରେ ନାମଲେଖାଇବା ଲାଗି ଚଳିତବର୍ଷ ମୋଟ ୫ଲକ୍ଷ ୯ହଜାର ୫୬୩ଜଣ ଆବେଦନକାରୀ ନାମ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍‌ଲାଇନ୍ ମାଧ୍ୟମରେ ୪ ଲକ୍ଷ ୭୮ହଜାର ୯୭୬ଜଣ ଆବେଦନ କରିଥିବା ବେଳେ ଅନ୍‌ଲାଇନ୍‌ରେ ଫି’ ପୈଠ କରିଥିବା ପିଲାଙ୍କ ସଂଖ୍ୟା ୪ଲକ୍ଷ ୭୪ହଜାର ୨୭୭ ରହିଛି ।

ଆସନ୍ତା ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅପ୍ସନ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍ ଅନୁରୋଧ ଦେଇପାରିବେ । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ହେବ । ସେପ୍ଟେମ୍ବର ୧୩ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ ।

୧୩ ଓ ୧୪ ତାରିଖରେ ଏହି ଛାତ୍ରଛାତ୍ରୀ ଚୟନ ହୋଇଥିବା ସ୍କୁଲରେ ନାମ ପଞ୍ଜୀକରଣ କରିବେ । ସେପ୍ଟେମ୍ବର ୧୫ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ସେହିଦିନ ମଧ୍ୟାହ୍ନ ୧୨ଟାରୁ ୧୬ତାରିଖ ଅପରାହ୍ନ ୫ଟା ମଧ୍ୟରେ ସ୍ପଟ୍ ସିଲେକ୍ସନ୍ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ରାଜ୍ୟରେ ଜୁନିୟର କଲେଜ ଗୁଡିକରେ କଳାରେ ମୋଟ ୨ଲକ୍ଷ ୭୭ହଜାର ୩୪୬ ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୬୧ହଜାର ୫୮୦, ବାଣିଜ୍ୟରେ ୪୫ହଜାର ୩୩୨, ସଂସ୍କୃତରେ ୧୩,୨୬୮ ଏବଂ ଧନ୍ଦାମୂଳକଶିକ୍ଷାରେ ୧୦, ୨୩୨ଟି ସିଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking