31.1 C
Bhubaneswar
Friday, March 29, 2024
Homeଓଡିଶା+୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ପିଲାଙ୍କୁ ମଧ୍ୟ ମାର୍କ ପାଇଁ ଦାବି

+୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ପିଲାଙ୍କୁ ମଧ୍ୟ ମାର୍କ ପାଇଁ ଦାବି

ଭୁବନେଶ୍ୱର : ଦଶମ ବୋର୍ଡ଼ ରେଜଲ୍ଟ ଆଧାରରେ +୨ ଡ୍ରପ ଆଉଟ୍ ଓ ଏକ୍ସ-ରେଗୁଲାର୍ ପିଲାଙ୍କୁ ମଧ୍ୟ ମାର୍କ ଦେବାକୁ ଦାବି ଜୋର ଧରିଛି । ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ କରି ଆଜି ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ସେମାନେ ନବୀନ ନିବାସ ଘେରାଉ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ଭବନରୁ ନବୀନ ନିବାସକୁ ଯିବା ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇବା ସହ କିଛି ଛାତ୍ରକୁ ମଧ୍ୟ ଉଠାଇ ନେଇଯାଇଛି ।

ଯାହାକୁ ନେଇ ଆନ୍ଦୋଳନ ଅଧିକ ତିବ୍ର ହୋଇଛି । ପ୍ରଥମେ କାଉନସିଲ୍ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପରେ ନିରାଶ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି +୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ । ଆଗକୁ +୩ ଆଡ଼ମିଶନ୍ ହେବାକୁ ଥିବା ବେଳେ ପୁଣି ଥରେ ପରୀକ୍ଷା ଦେଇ ମାର୍କ ପାଇବାକୁ କୁହାଯାଇଥିବା ବେଳେ ପାଖରେ ସମୟ ନଥିବା କାରଣରୁ ଏହାକୁ ବିରୋଧ କରୁଛନ୍ତି ଛାତ୍ରଛାତୀ ଏବଂ ଦଶମ ବୋର୍ଡ଼ ରେଜଲ୍ଟ ଆଧାରରେ +୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ପିଲାଙ୍କୁ ମଧ୍ୟ ମାର୍କ ଦେବାକୁ ଆନ୍ଦୋଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking