28.1 C
Bhubaneswar
Thursday, March 28, 2024
Homeଅପରାଧକାର ଭିତରୁ ମିଳିଲା ୨ଟି ମୃତଦେହ

କାର ଭିତରୁ ମିଳିଲା ୨ଟି ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି । ରୋହିଣୀ ଅଞ୍ଚଳରୁ ଏକ କାର ଭିତରୁ ୨ଟି ଶବ ମିଳିଛି । ଦୁଇଜଣଙ୍କ ପରିଚୟ ମିଳିପାରିଛି । ତେବେ ମୃତକ ଦୁଇଜଣ ହେଲେ ଓମପ୍ରକାଶ କୁକରେଜ ଓ ସୁଦିପ୍ତା ରୋହିଣୀ ସେକ୍ଟର-୧୩ ର ବାସିନ୍ଦା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ସୁଦିପ୍ତା ମୁଖାର୍ଜୀ ରୋହିଣୀର ନିର୍ବାଣ ନର୍ସିଂହୋମରେ ଏମଡି ଥିବା ବେଳେ ଓମପ୍ରକାଶ କୁକରେଜ୍ ସେହି ନର୍ସିଂହୋମରେ ଡାକ୍ତର ଥିଲେ । ପୋଲିସ୍ ସୁଚନାନୁଯାୟୀ ଉଭୟଙ୍କର ପ୍ରେମ ସମ୍ପର୍କ ରହିଥିଲା । ସୁଦିପ୍ତା ମୁଖାର୍ଜି ଓମପ୍ରକାଶଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ । ଯେଉଁଥିପାଇଁ ସେ ଚିନ୍ତାରେ ଥିଲେ । ଏଥିସହିତ ଓମପ୍ରକାଶ ପୂର୍ବରୁ ବିବାହିତ ଓ ତାଙ୍କ ଜଣେ ଦିବ୍ୟାଙ୍ଗ ସ୍ତ୍ରୀ ଅଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ପୁରୁଷ ମହିଳାକୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କରିଛି । ତେବେ ମୃତ ବ୍ୟକ୍ତି ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଏହି ଘଟଣା ଘଟାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଘଟଣାର ସୁଚନାମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବ୍ୟାରିକେଡିଂ କରିବା ସହ ଶବକୁ ନିଜ କଷ୍ଟଡିକୁ ନେଇ ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking