ଧର୍ମଶାଳା : ଧର୍ମଶାଳା ଥାନା ୧୬ ନଂ. ଜାତୀୟ ରାଜପଥର ଶଙ୍ଖାରୀଢିହ ନିକଟରେ ସୋମବାର ଅପରାହ୍ନରେ ଟ୍ରକ୍ ଧକ୍କାରେ ୨ ଜଣ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଚହଟା ଗ୍ରାମର ସଞ୍ଜୟ ମହାନ୍ତି(୩୯) ଓ ରମେଶ ମଲିକ (୨୮) । ଉଭୟ ଚଣ୍ଡିଖୋଲ ଅଞ୍ଚଳରୁ ରାଜମିସ୍ତ୍ରୀ କାମ ସାରି ସ୍କୁଟର୍ ଯୋଗେ ଘରକୁ ଫେରୁଥିଲେ । ଶଙ୍ଖାରୀଢିହ ନିକଟରେ ଏକ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଚମ୍ପଟ ମାରିବା ବେଳେ ଜାରକା ବାଇପାସ୍ ନିକଟରେ ୩ ଜଣ ଲୋକଙ୍କୁ ଧକ୍କା ଦେବା ଫଳରେ ସେମାନେ ଆହତ ହୋଇଥିଲେ । ଧର୍ମଶାଳା ଡକ୍ତରଖାନରେ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଛି । ପରେ ପୁଲିସ ଟ୍ରକ୍ର ପିଛା କରି କୁଆଖିଆ ନିକଟରୁ ଟ୍ରକ୍ ଜବତ କରିବା ସହ ଡ୍ରାଇଭର୍ଙ୍କୁ ଗିରଫ କରିଛି । ଏ ନେଇ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି ।