28.1 C
Bhubaneswar
Friday, March 29, 2024
Homeଓଡିଶାବଜ୍ରପାତରେ ଚାଲିଗଲା ୨ ଜୀବନ

ବଜ୍ରପାତରେ ଚାଲିଗଲା ୨ ଜୀବନ

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ବର୍ଷା ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ତୁହାକୁ ତୁହା ବର୍ଷା ହଉଛି । ବର୍ଷା ଫଳରେ ତାତିରୁ ଆଶ୍ୱସ୍ତି ମିଳିଥିବା ବେଳେ ଏହା କିଛି ଲୋକଙ୍କ ପାଇଁ କାଳ ସାଜିଛି । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଗୁରୁତର ଆହତ ହୋଇଛନ୍ତି ।

ଚିଲିକା ବ୍ଲକ ନଈରୀ ମାଛ ଜେଟି ନିକଟରେ ବଜ୍ରପାତ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆନନ୍ଦପୁର ପଣସଡିହାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ରାଜ୍ୟର ୧୪ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking