27.1 C
Bhubaneswar
Friday, March 29, 2024
Homeଓଡିଶାଧାନକଟା ମେସିନ୍ ଓଲଟି ଦୁଇ ମୃତ

ଧାନକଟା ମେସିନ୍ ଓଲଟି ଦୁଇ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ରବିବାର ଧାନକଟା ମେସିନ୍ ଓଲଟି ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ ରାଇବଣିଆ ଥାନା ଅନ୍ତର୍ଗତ କୁଞ୍ଚବଣିଆ ଗାଁର ବୋଲି ଜଣାପଡ଼ିଛି। ଯୁବକଙ୍କ ନାଁ ଗୋପାଳ ଟୁଡୁ(୨୧) ଓ ହମିର ହାଁସଦା(୨୨) ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରବିବାର ସକାଳେ ଧାନକଟା ସରିବାପରେ ଗୋପାଳ ଓ ହମିର ଧାନକଟା ମେସିନକୁ ଟ୍ରାକ୍ଟରରେ ଲୋଡ୍ କରି ନେବାଲାଗି ଚେଷ୍ଟା କରୁଥିଲେ। ହଠାତ୍ ଉଭୟଙ୍କର ଅସାବଧାନତା ହେତୁ ଧାନକଟା ମେସିନ ସେଦୁହିଁଙ୍କ ଉପରେ ଓଲଟି ପଡ଼ିଥିଲା। ଏହାଫଳରେ ସେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ। ଏହା ଦେଖି ପାଖରେ ଥିବା କେତେକ ଗ୍ରାମବାସୀ ଉଭୟ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଉଭୟଙ୍କର ପ୍ରାଣ ରକ୍ଷା ସମ୍ଭବପର ହୋଇ ନ ଥିଲା। ସେଠାରେ ଡାକ୍ତର ଉଭୟ ଗୋପାଳ ଟୁଡୁ ଓ ହମିର ହାଁସଦାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking