37.2 C
Bhubaneswar
Friday, April 19, 2024
Homeଓଡିଶାଦାୟିତ୍ୱଭାର ଗ୍ରହଣ କଲେ ଟ୍ୱିନ୍ ସିଟିର ୨ଡିସିପି

ଦାୟିତ୍ୱଭାର ଗ୍ରହଣ କଲେ ଟ୍ୱିନ୍ ସିଟିର ୨ଡିସିପି

ଭୁବନେଶ୍ୱର : ଆଜି ଟ୍ୱିନ୍ ସିଟିର ଦୁଇ ନବନିଯୁକ୍ତ ଡିସିପି ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଉଦ୍ଭୟ ଡିସିପି ଭୁବନେଶ୍ୱର ପୋଲିସ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ସେ ପୂର୍ବତନ ଡିିସପି ଅନୁପ ସାହୁଙ୍କ ଠାରୁ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏବେ ଅନୁପ ସାହୁ ଅତିରିକ୍ତ ସିପି ଭାବେ କାର୍ଯ୍ୟ କରିବେ ।ତେବେ ୨୦୦୮ ବ୍ୟାଚ୍ ର IPSଅଫିସର ହେଇଛନ୍ତି ଉମାଶଙ୍କର ଦାଶ । ସେ ପୂର୍ବରୁ ରାଉରକେଲା ଓ ପୁରୀ SP ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।


ଅନ୍ୟପଟେ କଟକ ଡିସିପି ଭାବେ ପ୍ରତୀକ ସିଂ କାର୍ଯ୍ୟଭାର ଗ୍ରହଣ କରିବେ । ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ । ପୂର୍ବରୁ କନ୍ଧମାଳ ଏସପି ଦାୟିତ୍ୱରେ ଥିଲେ ପ୍ରତୀକ ସିଂହ ।
ତେବେ ଉଦ୍ଭୟ ଡିସିପି କାର୍ଯ୍ୟଭାର ଗ୍ରହଣ କରିବା ପରେ ଜନ ସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ । ଏହି କୋଭିଡ଼ ପରିସ୍ଥିତିରେ ସମସ୍ତ ନିୟମାବଳୀକୁ ମାନି ଜନସାଧାରଣ ଓ ପୋଲିସ ବନ୍ଧୁମାନଙ୍କର ଦାୟିତ୍ୱ ନେବେ । ମାସ୍କ ପିନ୍ଧିବା , ସାନିଟାଇଜ ରହିବା ଓ ସାମାଜିକ ଦୂରତାକୁ ମାନି ଏହି ପରିସ୍ଥିତିରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking