30.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ୨ କୋଟି ଟପିଲା ଟିକାକରଣ

ରାଜ୍ୟରେ ୨ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପ୍ଧମଥିବା ବେଳେ ୨ କୋଟି ଟପିଛି ଟିକାକରଣ । ବର୍ତମାନ ଯାଏଁ ୨ କୋଟି ୨୧ ହଜାର ୮୧୪ ଟିକାକରଣ ହୋଇଛି । ପ୍ରଥମ ଡୋଜରେ ୧୫୩୮୭୫୭୨ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜରେ ୪୬୩୪୨୪୨ ଜଣ ନେଇଛନ୍ତି । ସୂଚନାଯୋଗ୍ୟ , ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ। ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ୯୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧୫ ଜଣ ଚିହ୍ନଟ ହେବା ସହ ୧୩୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଅନୁଗୁଳରେ ୧୮ ଜଣ, ବାଲେଶ୍ୱରରେ ୩୦ ଜଣ, ବରଗଡରେ ୧୦ ଜଣ, ଭଦ୍ରକରେ ୧୨, ବଲାଙ୍ଗୀରରେ ୧୩, ବୌଦ୍ଧରେ ଜଣେ, କଟକରେ ୯୫, ଦେବଗଡରେ ୪, ଢେଙ୍କାନାଳରେ ୩୨, ଗଜପତିରେ ଜଣେ, ଗଞ୍ଜାମରେ ୫ ଜଣ, ଜଗତସିଂହପୁର ୫୧, ଯାଜପୁରରେ ୬୦, ଝାରସୁଗୁଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରେ ଜଣେ, କନ୍ଧମାଳରେ ୭ ଜଣ, କେନ୍ଦ୍ରାପଡାରେ ୧୫ ଜଣ, କେଉଁଝରରେ ୧୦ ଜଣ, ଖୋର୍ଦ୍ଧାରେ ୪୧୯ ଜଣ, କୋରାପୁଟରେ ଜଣେ, ମାଲକାନଗିରିରେ ଜଣେ, ମୟୁରଭଞ୍ଜରେ ୪୨ ଜଣ, ନବରଙ୍ଗପୁରରେ ଜଣେ, ନୟାଗଡରେ ୧୬ ଜଣ, ନୂଆପଡାରେ ଜଣେ, ପୁରୀରେ ୨୫ ଜଣ, ରାୟଗଡାରେ ୩, ସମ୍ବଲପୁରରେ ୧୧, ସୋନପୁରରେ ୫, ସୁନ୍ଦରଗଡରେ ୮ ଓ ଷ୍ଟେଟ ପୁଲରୁ ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୦ ହଜାର ୪୭୧ ରହିଥିବା ବେଳେ ୯ ହଜାର ୫୩୬ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking