32.1 C
Bhubaneswar
Thursday, March 28, 2024
Homeଅପରାଧଶୋଇଥିବା ବେଳେ ଡିବିରି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ

ଶୋଇଥିବା ବେଳେ ଡିବିରି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ

ମାଲକାନଗିରି: ଶୋଇଥିବା ବେଳେ ଡିବିରି ନିଆଁରେ ପୋଡ଼ି ହୋଇଗଲେ ଭାଇ ଭଉଣୀ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାର ଗୌଡ଼ଗୁଡ଼ା ଗାଁରେ । ଖବର ଅନୁଯାୟୀ, ଆଜି ସକାଳେ ଦିନ ମଜୁରିଆ ସ୍ବାମୀ-ସ୍ତ୍ରୀ ନିଜର ପୁଅ ରାଜୀବ ଏବଂ ଝିଅ ବିନ୍ଦିୟାଙ୍କୁ ଗୋଟିଏ ଘରେ କମ୍ବଳ ଘୋଡ଼ାଇ ଶୁଆଇ ଦେଇ କାମକୁ ଚାଲିଯାଇଥିଲେ। ଯିବା ଆଗରୁ ରାତିରୁ ଜଳୁଥିବା ଡିବିରିର ନିଆଁକୁ ଲିଭାଇବାକୁ ଭୁଲି ଯାଇଥିଲେ ବାପା ମା’। ଦୁର୍ଯୋଗବଶତଃ ଏହାପରେ ଡିବିରିର ନିଆଁ କମ୍ବଳରେ ଲାଗିଯାଇଥିଲା। ଏହି ସମୟରେ ଘରେ କେହି ନ ଥିବାରୁ ଏହାକୁ ଦେଖି ପାରି ନ ଥିଲେ। ଶିଶୁ ଦୁଇଟି ନିଆଁରେ ଛଟପଟ ହୋଇ କାନ୍ଦି କାନ୍ଦି ଜଳନ୍ତା ଅବସ୍ଥାରେ ବାହାରକୁ ଆସିଥିଲେ। ତାପରେ ପଡ଼ୋଶୀମାନେ ଉଭୟଙ୍କୁ ଦେଖିଥିଲେ । ସେମାନେ ତୁରନ୍ତ ନିଆଁକୁ ଲିଭାଇ ଦୁଇ ଶିଶୁଙ୍କୁ ମାଲକାନଗିରି ମେଡିକାଲକୁ ଆଣିଥିଲେ। ଶିଶୁ ଦୁଇଟି ଶତ ପ୍ରତିଶତ ଜାଳି ଯାଇଥିବା ଡାକ୍ତର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking