27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨ ହାତୀ ଶାବକ ଉଦ୍ଧାର

୨ ହାତୀ ଶାବକ ଉଦ୍ଧାର

କେନ୍ଦୁଝର : ଚମ୍ପୁଆ ରେଞ୍ଜ ଅଧୀନସ୍ଥ କାପୁର ଡ୍ୟାମ୍ ଶାଖା କେନାଲ ଭିତରୁ ୨ ହାତୀ ଶାବକଙ୍କୁ ଉଦ୍ଧାର କରାଯାଇଛି । ୨ ଘଣ୍ଟାର ଅପରେସନ ପରେ ମା ହାତୀ ସହାୟତାରେ ହାତୀ ଶାବକ ଦ୍ୱୟ କେନାଲ ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ ।ଏବେ ଏହି ହାତୀପଲ ମୁକୁନ୍ଦ୍‌ପୁର ଜଙ୍ଗଲରେ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ୨୨ଟିକିଆ ହାତୀପଲ ବୈତରଣୀ ନଦୀ ଆଡ଼ୁ ଜାମୁଦଲକ ଆଡ଼କୁ ଆସୁଥିଲେ । ଏହି ସମୟରେ କେନାଲ ପୁନରୁଦ୍ଧାର କାମ ଚାଲିଥିବାରୁ ୨ଟି ହାତୀ ଶାବକ କେନାଲ ଭିତରକୁ ଖସିପଡ଼ିଥିଲେ । କେନାଲର ଗଭୀରତା ପାଖାପାଖି ୪ ଫୁଟରୁ ଅଧିକ ଥିବାରୁ ହାତୀପଲ ବହୁ ଚେଷ୍ଟା ପରେ ମଧ୍ୟ ୨ ଶାବକଙ୍କୁ ଉଦ୍ଧାର କରିପାରିନଥିଲେ । ପରେ ୧୭ଟି ହାତୀ ଚାଲିଯାଇଥିଲେ । ୩ ମାଇ ହାତୀ ୨ ଶାବକଙ୍କୁ ଜଗି ବସିଥିଲେ ।ହାତୀପଲଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏ ସମ୍ପର୍କରେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଚର୍ମ୍ପୁଆ ରେଞ୍ଜର ଅନ୍ୟ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଁଚିଥିଲେ । ଅଗ୍ନିଶମ ବିଭାଗର ସାହାଯ୍ୟ ନେଇ ଜେସିବି ମେସିନ ଦ୍ୱାରା ହାତୀଛୁଆଙ୍କୁ ବାହାର କରିବାକୁ ବାଟ ତିଆରି କରାଯାଇଥିଲା ।ଶେଷରେ ମା ‘ ହାତୀଙ୍କ ସହାୟତାରେ ଦୁଇ ହାତୀ ଶାବକ କେନାଲ ଭିତରୁ ବାହାରିବାକୁ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking