34.1 C
Bhubaneswar
Friday, March 29, 2024
Homeଅପରାଧହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ସୁକିନ୍ଦା ପୋଲିସ, ୨ ଅଭିଯୁକ୍ତ ଗିରଫ

ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ସୁକିନ୍ଦା ପୋଲିସ, ୨ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ହରିଡ଼ାବାହାଲି ଗ୍ରାମର ଜଣେ ବୃଦ୍ଧାକୁ ବିଭତ୍ସ ହତ୍ୟା କରାଯାଇଥିଲା l ହତ୍ୟାକାଣ୍ଡର ପରଦା ଫାର୍ସ କରିଛି ସୁକିନ୍ଦା ପୋଲିସ l ୨ ଜଣ ହତ୍ୟାକରୀଙ୍କୁ ଗିରଫ କରି କୋର୍ଟ ପଠାଇଛି ସୁକିନ୍ଦା ପୋଲିସ l ଗତ 22ତାରିଖ ରେ ସୁକିନ୍ଦା ଥାନା ର ହରିଡ଼ାବାହାଲି ଗ୍ରାମର ସୋନିଆ ସୋରେନ ନାମକ 65ବର୍ଷ ବୃଦ୍ଧା ଘର ବାରଣ୍ଡାରେ ରାତି ଶୋଇଥିଲା ବେଳ ସେହି ଗ୍ରାମର 2ଜଣ ତାଙ୍କୁ ଟେକି ନେଇ ଗ୍ରାମ ବାହାରେ ପଥର ରେ ଛେଚି ବିବତ୍ସ ଭାବରେ ହତ୍ୟା କରିଥିଲେ l ପୋଲିସ ହତ୍ୟାକାଣ୍ଡ ଅଭିଯୁକ୍ତ ମାନଂକୁ ଧରିବା ପାଇଁ ତନାଘନା କରି ହତ୍ୟାକାରୀଙ୍କୁ ଧରିବାର ସଂକ୍ଷମ ହୋଇଛି l

ହତ୍ୟାକାଣ୍ଡର ଜଣେ ନାବାଳକ ହୋଇଥିଲା ବେଳ ଅନ୍ୟଜଣେ ହେଲେ ଆକାଶ ସୋରେନ l ଏହି ଅଭିଯୁକ୍ତ 2ଜଣ ସୋନିଆକୁ ବାରଣ୍ଡା ରାତିରେ ଶୋଇଥିଲା ବେଳ ସେଠାରୁ ଉଠାଇ ନେଇ ଗାଁ ବାହାରେ ପଥରରେ ଛେଚି ଛେଚି ହତ୍ୟା କରିଛନ୍ତି ବୋଲି ପୋଲିସରେ ବୟାନ ଦେଇଛନ୍ତି l ସୋନିଆ ତାଙ୍କ ପରିବାରଙ୍କୁ ଗୁଣି ଗାରେଡି କରି ହଇରାଣ କରୁଥିଲା ସେଥିପାଇଁ ହତ୍ୟା କରିଛନ୍ତି ବୋଲି ପୋଲିସ ନିକଟରେ ମାନିଛନ୍ତି l ପୋଲିସ ଦୁଇ ଜଣକୁ ସୁକିନ୍ଦା ଡାକ୍ତର ଖାନାରେ ସ୍ୱାସ୍ଥ ପରୀକ୍ଷା କରି ପୋଲିସ ଆକାଶ ଓ ନାବାଳକକୁ ବିଚାର ବିଭାଗୀୟ କୋର୍ଟ ପଠାଇଛନ୍ତି l ସେଠାରେ ଜାମିନ ନାମଞ୍ଜୁର ହେଲାପରେ  ଜେଲକୁ ପଠାଇ ଦିଆଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking