29.1 C
Bhubaneswar
Wednesday, April 24, 2024
Homeଓଡିଶାଆଗକୁ +୨ ନାମଲେଖା, କଟ୍ ଅଫ୍ ମାର୍କକୁ ନେଇ ମନ୍ଥନ ଆରମ୍ଭ

ଆଗକୁ +୨ ନାମଲେଖା, କଟ୍ ଅଫ୍ ମାର୍କକୁ ନେଇ ମନ୍ଥନ ଆରମ୍ଭ

ଭୁବନେଶ୍ୱର:  ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆଗକୁ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍‌ଲାଇନରେ ଆବେଦନ କରିବେ । କଟ୍ ଅଫ୍ ମାର୍କ ଅନୁଯାୟୀ ବିଭିନ୍ନ କଲେଜରେ ନାମ ଲେଖାଇବାର ସୁଯୋଗ ଦିଆଯିବ । ତେବେ ଆବେଦନ ପ୍ରକ୍ରିୟା ଶେଷହେବା ପରେ ଆବେଦନକାରୀଙ୍କ ମାର୍କକୁ ରାଜ୍ୟରେ ଥିବା ଜୁନିୟର କଲେଜଗୁଡିକରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ୍ ସିଟ୍ ସଂଖ୍ୟା ୪ଲକ୍ଷ ୨୮ହଜାର ୧୨୭ ରହିଛି । ସେଥିରୁ କଳାରେ ୨ଲକ୍ଷ ୩୬ହଜାର ୮୯୪ସିଟ୍ ଥିବା ବେଳେ ବିଜ୍ଞାନରେ ୧ଲକ୍ଷ  ୪୫ହଜାର  ୮୨୨ ଏବଂ ବାଣିଜ୍ୟରେ ୪୫ହଜାର  ୪୧୧ ସିଟ୍ ରହିଛି । ଛାତ୍ରଛାତ୍ରୀମାନେ ପ୍ରତିଷ୍ଠିତ କଲେଜରେ ନାମଲେଖାଇବା ଲାଗି କଟ ଅଫ୍ ମାର୍କ ଅଙ୍କକଷା ବି ଆରମ୍ଭ କରିଛନ୍ତି । ମାତ୍ର ଓଡ଼ିଆ ମାଧ୍ୟମ ତଥା ବୋର୍ଡ ପରୀକ୍ଷାରେ ଚଳିତବର୍ଷ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଚିନ୍ତାରେ ଛାତ୍ରଛାତ୍ରୀ ।

ପିଲାମାନେ ସେମାନଙ୍କ ପସନ୍ଦରର କଲେଜରେ ସିଟ୍ ପାଇବେ କି ନାହିଁ ତାକୁ ନେଇ ବିଚଳିତ ହୋଇଛନ୍ତି । ପ୍ରକାଶଥାଉ କି, କରୋନା ଲାଗି ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ କିପରି କରାଯିବ ତାକୁ ନେଇ ବିଚାର ବିମର୍ଷ ହୋଇଥିଲା । ତେବେ ବୋର୍ଡ ପକ୍ଷରୁ ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାର ରେଜଲ୍ଟ ସହ  ଦଶମ ଶ୍ରେଣୀର ୨ୟ , ୩ୟ ଏବଂ ୪ର୍ଥ ଅଭ୍ୟାସ ପରୀକ୍ଷା ଫଳ ଆଧାରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  ବୋର୍ଡର ଏହି ପରୀକ୍ଷା ବଦ୍ଧତିରେ ଯଦି କୈାଣସି ପିଲା ସନ୍ତୁଷ୍ଟ ନହୁଅନ୍ତି, ତେବେ କରୋନା ସ୍ଥିତି ସୁଧୁରିଲେ ସେମାନେ ପୁନର୍ବାର ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଦଶମ ଶ୍ରେଣୀରେ ୪ଟିଅଭ୍ୟାସ  ପରୀକ୍ଷାର ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ । ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ । ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି । ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧାନ୍ୟ ଦିଆଯିବ । ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିବ ତେବେ ନବମ ଶ୍ରେଣୀର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ ।

ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଦଶମରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିଲେ ସେମାନଙ୍କ ମାର୍କ ଉପରେ ସନ୍ଦେହ ଉପୁଜିଛି । ଫଳରେ +୨ ନାମଲେଖା ଲାଗି କଟ୍ ଅଫ୍ ମାର୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଥର ଯେଭଳି ବିକଳ୍ପ ବ୍ୟବସ୍ଥା ହୋଇଛି କଟ୍ ଅଫ୍ ମାର୍କ କମ୍ ରହିବା ଆଶଙ୍କା କରାଯାଉଛି । ତେବେ ରାଜ୍ୟର ପ୍ରତିଷ୍ଠିତ ଜୁନିୟର କଲେଜରେ ନିଜ ପସନ୍ଦର ଷ୍ଟ୍ରିମ୍‌ରେ ପଢ଼ିବାର ସୁଯୋଗ ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking