32.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ଠାରୁ +୨ ପ୍ରଥମ ବର୍ଷ ପିଲାଙ୍କ ଇଣ୍ଡକ୍ସନ କ୍ଳାସ

ଆଜି ଠାରୁ +୨ ପ୍ରଥମ ବର୍ଷ ପିଲାଙ୍କ ଇଣ୍ଡକ୍ସନ କ୍ଳାସ

ଭୁବନେଶ୍ୱର: ଆଜି ଠାରୁ ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ପିଲାଙ୍କ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ଶିକ୍ଷାନୁଷ୍ଠାନରେ ୨୨ରୁ ୨୪ ପର୍ଯ୍ୟନ୍ତ ଇଣ୍ଡକ୍ସନ କ୍ଲାସ କରିବାକୁ ଉଚ୍ଚଶିକ୍ଷ ପରିଷଦ ପକ୍ଷରୁ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଏହି ଇଣ୍ଡକ୍ସନ କ୍ଲାସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକଙ୍କ ଦ୍ୱାରା ପରିଚାଳିତ ହେବ । ଶିକ୍ଷାନୁଷ୍ଠାନ ସମ୍ପର୍କରେ ବିଶଦ ତଥ୍ୟ ସହିତ, ପିଲାଙ୍କ ପାଠ୍ୟକ୍ରମ, ପ୍ରତ୍ୟେକ ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ସହ ପରିଚିତ କରାଇବା, ପରୀକ୍ଷା ପଦ୍ଧତି, ଟାଇମ୍ ଟେବୁଲ୍ ଆଦି ସମ୍ପର୍କରେ ଅବଗତ କରାଯିବା ସହ ପିଲାମାନଙ୍କୁ ର‌୍ୟାଗିଂ ରୋକିବାକୁ ଆଣ୍ଟି ର‌୍ୟାଗିଂ ସେଲ୍ ସମ୍ପର୍କରେ ମଧ୍ୟ ସଚେତନ କରାଯିବ ।

ଗତ ୨ବର୍ଷ ହେବ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଶ୍ରେଣୀ ପାଠପଢ଼ା ହୋଇପାରି ନଥିଲା । ୨ବର୍ଷ ପରେ ଅଫ୍‌ଲାଇନ୍ ପାଠପଢ଼ା ସମେତ ପରୀକ୍ଷା ପରିଚାଳନା ହେଉଛି । ମାତ୍ର ରାଜ୍ୟର ଅନେକ ଜୁନିୟର କଲେଜରେ ବିଶୃଙ୍ଖଳା ତଥା ର‌୍ୟାଙ୍ଗିଂ ସମସ୍ୟା ଚିନ୍ତା ବଢ଼ାଇଥିବା ବେଳେ କଲେଜର ନୀୟମାବଳୀ, ବିଭିନ୍ନ ବିଷୟର ପାଠପଢ଼ା ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ଥିବା ଅଭିଯୋଗ ହେଉଛି । ପୂର୍ବରୁ ନୂଆକରି ଛାତ୍ରଛାତ୍ରୀ କଲେଜ ଯିବାପରେ ପ୍ରଥମଦିନ ପିଲାଙ୍କ ଲାଗି କଲେଜରେ ସ୍ୱାଗତ ଉତ୍ସବ ପାଳନ କରାଯାଉଥିଲା । ଯେଉଁଥିରେ ସିନିୟର ଛାତ୍ରଛାତ୍ରୀମାନେ ପିଲାଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ରଖୁଥିଲେ । ମାତ୍ର ଏହି ବ୍ୟବସ୍ଥା ବଦଳରେ ଚଳିତବର୍ଷ ପ୍ରଥମଥର ଲାଗି ଇଣ୍ଡକ୍ସନ କ୍ଲାସ ସରକାର ଆରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ କଲେଜ ପକ୍ଷରୁ ଆୟୋଜନ କରାଯିବ । ୩ଦିନି ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ କେଉଁ ସବୁ ତଥ୍ୟ ପ୍ରଦାନ କରାଯିବ ସେ ସମ୍ପର୍କରେ ଏକ ରିପୋର୍ଟ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତ କରିବା ସହ କଲେଜର ବରିଷ୍ଟ ଅଧ୍ୟାପକ ଏବଂ ପ୍ରଧ୍ୟାପକଙ୍କ ସହ ଆଲୋଚନା କରି ସମୟ ଧାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ବିଷୟର ଅଧ୍ୟାପକ, ଅଧ୍ୟାପିକାମାନେ ନିଜର ପରିଚୟ ଦେବା ସହ ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କର କ’ଣ ସମସ୍ୟା ରହିଛି ସେମ୍ପର୍କରେ ମଧ୍ୟ ଅବଗତ ହେବେ । ବିଶେଷକରି କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷାର ଛାତ୍ରଛାତ୍ରୀଙ୍କ ଲାଗି ଇଣ୍ଡକ୍ସନ କ୍ଲାସ ଭିନ୍ନ ଭାବେ ଆୟୋଜନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking