28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୧୯୭ ରାଜ୍ୟସଭା ସାଂସଦ କୋଟିପତି

୧୯୭ ରାଜ୍ୟସଭା ସାଂସଦ କୋଟିପତି

ନୂଆଦିଲ୍ଲୀ: ରାଜ୍ୟସଭାର ୧୯୭ ଜଣ ସାଂସଦ କୋଟିପତି ବୋଲି ଜଣାପଡିଛି । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୯୭ ମଧ୍ୟରୁ ୮୬ ରାଜ୍ୟସଭା ସାଂସଦଙ୍କ ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ଅତିକମରେ ୧୦ କୋଟି ଟଙ୍କା ବୋଲି ଜଣାପଡିଛି । ୩୪ ସାଂସଦଙ୍କ ସମ୍ପତ୍ତି ପରିମାଣ ୫ରୁ ୧୦ କୋଟି ମଧ୍ୟରେ ଥିବାବେଳେ ୭୭ ସାଂସଦଙ୍କ ସମ୍ପତ୍ତି ପରିମାଣ ୧ରୁ ୫ କୋଟି ମଧ୍ୟରେ ରହିଛି । କୋଟିପତି ସାଂସଦଙ୍କ ମଧ୍ୟରେ ଅଧିକ କଂଗ୍ରେସ ଦଳର ସଦସ୍ୟ ରହିଛନ୍ତି ।

ରାଜ୍ୟସଭାରେ କଂଗ୍ରେସର ୩୧ ଜଣ ସାଂସଦ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କର ହାରାହାରି ସମ୍ପତ୍ତି ପରିମାଣ ୫୦ କୋଟି ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଡିଏମକେର ୯, ତୃଣମୂଳ କଂଗ୍ରେସର ୧୦ ଏବଂ ବିଜେପିର ୭୪ ଜଣ ସାଂସଦ କୋଟିପତି ତାଲିକାରେ ସ୍ଥାନ ପାଇଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌)ର ରାଜ୍ୟସଭାରେ ୭ ଜଣ ସାଂସଦ ଥିବାବେଳେ ସେମାନଙ୍କ ସମ୍ପତ୍ତିର ପରିମାଣ ହାରାହାରି ୭୯୯.୪୬ କୋଟି ଟଙ୍କା ।

ବିଜେପି ସାଂସଦଙ୍କ ସମ୍ପତ୍ତିର ହାରାହାରି ପରିମାଣ ୨୭.୪୪ କୋଟି ହୋଇଥିବାବେଳେ ତୃଣକୂଳ କଂଗ୍ରେସ ସାଂସଦଙ୍କର ହାରାହାରି ସମ୍ପତ୍ତି ୪.୩୪ କୋଟି, ଏନ୍‌ସିପି ସାଂସଦଙ୍କର ୧୧୮.୭୧ କୋଟି, ଆମ୍ ଆଦମୀ ପାର୍ଟି ସାଂସଦଙ୍କର ୧୩୧.୬୬ କୋଟି, ୱାଇଏସ୍‌ଆର କଂଗ୍ରେସ ସାଂସଦଙ୍କର ୩୯୫.୭୭ କୋଟି ଟଙ୍କାର ହାରାହାରି ସମ୍ପତ୍ତି ରହିଛି ।

ସଂସଦର ଦୁଇଟି ଗୃହ ମଧ୍ୟରୁ ରାଜ୍ୟସଭା ସାଂସଦଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ବୋଲି କୁହାଯାଇଛି । ଏମାନଙ୍କ ମଧ୍ୟରେ ୬୮ ଜଣ ସାଂସଦ ସ୍ନାତକୋତ୍ତର ଡିଗ୍ରୀଧାରୀ ହୋଇଥିବାବେଳେ ୪୫ ଜଣଙ୍କ ନିକଟରେ ସ୍ନାତକ ଡିଗ୍ରୀ ରହିଛି । ୩୨ ଜଣ ପିଏଚ୍‌ଡି ଡିଗ୍ରୀଧାରୀ ହୋଇଥିବାବେଳେ ୭ ଜଣ ଡିପ୍ଲୋମା ହାସଲ କରିଛନ୍ତି । ୧୧ ବିଜେପି ସାଂସଦ ପିଏଚ୍‌ଡି ଡିଗ୍ରୀଧାରୀ ହୋଇଥିବାବେଳେ ୨୫ ଜଣ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଜଣାପଡିଛି । ରାଜ୍ୟସଭାରେ ବିଜେପିର ୮୫ ସାଂସଦଙ୍କ ମଧ୍ୟରୁ ୧୩ ଜଣ ମହିଳା ଥିବାବେଳେ କଂଗ୍ରେସର ୫, ତୃଣମୂଳ କଂଗ୍ରେସର ୪ ଜଣ ମହିଳା ସାଂସଦ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking