22.1 C
Bhubaneswar
Sunday, January 23, 2022
Homeଓଡିଶାବଲାଙ୍ଗିର ଜିଲ୍ଲାରୁ ୧୯୫ ଚିହ୍ନଟ

ବଲାଙ୍ଗିର ଜିଲ୍ଲାରୁ ୧୯୫ ଚିହ୍ନଟ

ବଲାଙ୍ଗିର : ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୫ ରହିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଜିଲ୍ଲାର ସହରାଞ୍ଚଳମାନଙ୍କରେ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା କମିବାକୁ ଲାଗିଥିବା ବେଳେ ଗ୍ରାମାଞ୍ଚଳମାନଙ୍କରେ ସଂକ୍ରମଣ ଲାଗି ରହିଛି । ମଙ୍ଗଳବାର ବଲାଙ୍ଗିର ସହରରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ ନଁଅଗାଁ (ଖ)ରୁ ୧୩ ଜଣ ଓ ପୁଇଁନ୍ତଳା ବ୍ଲକ ରଣ୍ଡା ରୁ ୧୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି ।

ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨୧ଜଣ, ବଲାଙ୍ଗିର ବ୍ଲକରୁ ୬ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୪୯ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୩ଜଣ, ବେଲପଡା ବ୍ଲକରୁ ୧୮ଜଣ, ଦେଓଗାଁ ବ୍ଲକରୁ ୧୭ଜଣ, ଗୁଡଭେଲା ବ୍ଲକରୁ ୧୨ଜଣ, ଖପ୍ରାଖୋଲ ବ୍ଲକରୁ ୭ଜଣ, ଲୋଇସିଂହା ବ୍ଲକରୁ ୧୨ଜଣ, ମୁରିବାହାଲ ବ୍ଲକରୁ ଜଣେ, ପଟଣାଗଡ ବ୍ଲକରୁ ୨ଜଣ, ପୁଇଁନ୍ତଳା ବ୍ଲକରୁ ୨୨ଜଣ, ସଇଁନ୍ତଳା ବ୍ଲକରୁ ୧୨ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୬ଜଣ, ତୁରେକେଲା ବ୍ଲକରୁ ୫ଜଣ ଓ ତୁଷୁରା ରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୦୭୬୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୮୦୯୪ ଜଣ ସ୍ୱସ୍ଥ ହୋଇଥିବାବେଳେ ୨୬୧୫ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking