ଆଜି ୩୦ ଜିଲ୍ଲାରୁ ୧୯୧୩ ପଜିଟିଭ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୯୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୯୧୩ ପଜିଟିଭ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮୦୪ଟି ଲୋକାଲ କେସ ରହିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୯୪କୁ ବୃଦ୍ଧି ପାଇଛି । ୨୫୪୯୧୩ ସୁସ୍ଥ ହୋଇଥିବା ବେଳେ ୧୯୯୩୨ଟି ଆକ୍ଟିଭ କେସ ରହିଛି । ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ୧୯୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୬, ଜଗତସିଂହପୁର ଓ ସୁନ୍ଦରଗଡରୁ ୯୯ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମୟୁରଭଂଜରୁ ୯୨, କଳାହାଣ୍ଡିରୁ ୮୨, କେନ୍ଦୁଝରରୁ ୭୪, ବାଲେଶ୍ୱରରୁ ୭୩, ଯାଜପୁରରୁ ୭୨, ବରଗଡ, ବଲାଙ୍ଗୀର ଓ ନୂଆପଡାରୁ ୬୩ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ପୁରୀରୁ ୫୫, କୋରାପୁଟରୁ ୫୪, ସମ୍ବଲପୁର ଓ ଷ୍ଟେଟପୁଲରୁ ୫୦ ଲେଖାଏ ଚିହ୍ନଟ ହୋଇଛନ୍ତି । କନ୍ଧମାଳ, ଝାରସୁଗୁଡା ଓ ଡେଙ୍କାନାଳରୁ ୪୮ ଲେଖାଏ, ଭଦ୍ରକରୁ ୪୬ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here