30.1 C
Bhubaneswar
Wednesday, April 24, 2024
Homeଓଡିଶାଓଡ଼ିଶାରେ ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୧୯ ଆକ୍ରାନ୍ତ ମୃତ

ଓଡ଼ିଶାରେ ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୧୯ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଗତକାଲି ରାଜ୍ୟରେ ୧୭ ଜଣଙ୍କ ମୁଣ୍ଡ ନେଇଥିଲା କରୋନା।

ଅନ୍ୟପକ୍ଷେ, ରାଜ୍ୟରେ ଆଜି ୧୦ ହଜାର ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି । ସେହିପରି କଟକରୁ ୯୩୦, ସୁନ୍ଦରଗଡରୁ ୭୭୪, ଅନୁଗୁଳରୁ ୫୫୭, ବାଲେଶ୍ୱରୁ ୫୦୩, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡାରୁ ୩୬୮, ନୟାଗଡରୁ ୩୫୭, ପୁରୀରୁ ୩୩୫, ନୂଆପଡାରୁ ୩୩୧, ଯାଜପୁରରୁ ୩୦୭, ଜଗତସିଂହପୁରରୁ ୨୭୮, ଷ୍ଟେଟପୁଲରୁ ୨୭୮, କଳାହାଣ୍ଡିରୁ ୨୬୩, ଗଞ୍ଜାମରୁ ୨୪୫, ବୌଦ୍ଧରୁ ୨୩୨, ଢେଙ୍କାନାଳରୁ ୨୨୦, ଭଦ୍ରକରୁ ୨୧୬, ନବରଙ୍ଗପୁରରୁ ୨୦୭, ବଲାଙ୍ଗିରରୁ ୧୯୮, ସୋନପୁରରୁ ୧୯୫, କେନ୍ଦ୍ରାପଡାରୁ ୧୮୫, କେନ୍ଦୁଝରରୁ ୧୭୫, କୋରାପୁଟରୁ ୧୬୪, ରାୟଗଡାରୁ ୧୬୩, ଦେବଗଡରୁ ୧୧୨, ଗଜପତିରୁ ୧୦୪, କନ୍ଧମାଳରୁ ୬୯, ମାଲକାନଗିରିରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking