37.2 C
Bhubaneswar
Friday, April 19, 2024
Homeଓଡିଶାପୁଣି ପତଳା ଝାଡ଼ାରେ ୧୮ ଆକ୍ରାନ୍ତ, ଜଣେ ଗୁରୁତର

ପୁଣି ପତଳା ଝାଡ଼ାରେ ୧୮ ଆକ୍ରାନ୍ତ, ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇ ପୁର ପଞ୍ଚାୟତର ନିଆଁଳି ଗ୍ରାମରେ ଗତ ବୁଧବାର ଦିନଠାରୁ ପତଳା ଝାଡ଼ାରେ ୧୮ ଆକ୍ରାନ୍ତ ଥିବା ବେଳେ ଆଜି ସକାଳୁ ୭ ଘଣ୍ଟା ସମୟରେ ଜଣେ ଗୁରୁତର ଅରୁଣ ହରିଜନ(୧୫)ଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଣି ବିଶ୍ୱନାଥ ପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁଳି ଗାଁରେ ଝାଡା ରେ ଆକ୍ରାନ୍ତ ଥିବା ୧୮ ଜଣଙ୍କ ପେଟ କାଟି ପତଳା ଝାଡା ହେଉଥିବା ଯୋଗୁଁ ଖବର ପାଇ ଲାଞ୍ଜିଗଡ଼ ସରକାରୀ ଏମଏଚୟୁ ଡାକ୍ତରୀ ଦଳ ନିଆଁଳି ଗାଁରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ଓଆରଏସ ବଣ୍ଟନ କରିଥିଲେ । ଏହି ରୋଗର ଲକ୍ଷଣ ପ୍ରଥମେ ପେଟ କାଟୁଛି । ପତଳା ଝାଡା ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲାଉଥିବା ଗାଁ ଲୋକେ କହୁଛନ୍ତି । ଏପଟେ ସକାଳ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲ ଏମ୍ଏଚୟୁ ଟିମ ଗାଁରେ ପହଞ୍ଚି ଝାଡ଼ାରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ଓଆରଏସ ବଣ୍ଟନ କରିଛନ୍ତି ।
ସୂଚନାଯୋଗ୍ୟ ଯେ , ଗତ ଫେବୃଆରୀ ୧୫ ତାରିଖ ଦିନ ଏହି ବ୍ଲକର ଛତ୍ରପୁର ପଞ୍ଚାୟତର ଟାଙ୍ଗନକନା ଗାଁରେ ପତଳାଝାଡା ଲାଗିରହିଥିଲା । ତିନି ଗୁରୁତର ଓ ୩୦ ଜଣ ଆକ୍ରାନ୍ତ ଥିଲେ । ସେହିପରି ମାର୍ଚ୍ଚ ୫ ତାରିଖ ଦିନ ସେହି ଛତ୍ରପୁର ପଞ୍ଚାୟତର ଖଜୁର ପଦର ଓ ବାରବୁଲି ଗ୍ରାମରେ ମଧ୍ୟ ୧୦ ରୁ ଉର୍ଦ୍ଧ ଆକ୍ରାନ୍ତ ଥିଲା ବେଳେ ଗତ ୯ ତାରିଖ ଦିନ ବ୍ଲକର ଲାଞ୍ଜି ପଞ୍ଚାୟତର ଖକ୍ସି ଗାଁରେ ୪ ମୃତ ୧୫ରୁ ଅଧିକ ଆକ୍ରାନ୍ତ ହୋଇଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଡାକ୍ତରୀ ଟିମ ଓ ପ୍ରଶାସନ ଉକ୍ତ ଗ୍ରାମ ମାନଙ୍କରେ ପହଞ୍ଚି ଲୋକଙ୍କୁ ଚିକିତ୍ସା କରିଥିଲେଏହିପରି ଗୋଟିକ ପରେ ଗୋଟିଏ ଗାଁରେ ପତଳା ଝାଡ଼ାରେ ଆକ୍ରାନ୍ତ ହେଉଥିବା ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ସୋଇଛି । କେଉଁ କାରଣରୁ ଏପରି ହେଉଛି ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking