ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ମୃତ

corona

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ବାଲେଶ୍ୱରରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀ , ସୁନ୍ଦରଗଡର ଓ ନୟାଗଡରୁ ୨ ଜଣ ଲେଖାଏଁ, ସମ୍ବଲପୁର, ବୌଦ୍ଧ, ଯାଜପୁର, କନ୍ଧମାଳ, ଦେଓଗଡ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ,ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡ଼, ପୁରୀ, ନୟାଗଡ଼ ଜିଲ୍ଲାରୁ ଦୁଇଜଣ ଲେଖାଏଁ ଓ ଖୋର୍ଦ୍ଧା, କନ୍ଧମାଳ, ମୟୁରଭଞ୍ଜ,ଦେବଗଡ଼, ବୌଦ୍ଧ, ସମ୍ବଲପୁର, କୋରାପୁଟ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୬୬, ୭୦ ଓ ୭୨ ବର୍ଷ ବୟସର ୩ ଜଣ ପୁରୁଷ ଓ ୯୪ ବର୍ଷର ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ସେହିପରି ବୌଦ୍ଧର ଜଣେ ୬୦ ବର୍ଷର ପୁରୁଷ ଓ ଦେବଗଡ଼ର ୭୦ ବର୍ଷର ପୁରୁଷ, ଯାଜପୁରର ୬୨ ବର୍ଷର ପୁରୁଷ, କନ୍ଧମାଳର ୭୨ ବର୍ଷର ପୁରୁଷ, ଖୋର୍ଦ୍ଧାର ୬୨ ବର୍ଷର ପୁରୁଷ ଓ କୋରାପୁଟର ଜଣେ ୬୯ ବର୍ଷର ମହିଳା ପ୍ରାଣ ହରାଇଛନ୍ତି । ସେହିପରି ମୟୁରଭଞ୍ଜର ଜଣେ ୫୫ ବର୍ଷର ପୁରୁଷ, ନୟାଗଡ଼ର ୭୫ ବର୍ଷ ଓ ୭୨ ବର୍ଷର ଦୁଇଜଣ ପୁରୁଷ, ପୁରୀର ୬୫ ବର୍ଷର ପୁରୁଷ ଓ ୮୨ ବର୍ଷର ବୃଦ୍ଧା ପ୍ରାଣ ହରାଇଛନ୍ତି । ସେହିପରି ସମ୍ବଲପୁରର ଜଣେ ୪୦ ବର୍ଷର ପୁରୁଷ, ସୁନ୍ଦରଗଡ଼ର ଜଣେ ୪୦ ବର୍ଷ ପୁରୁଷ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here