32.1 C
Bhubaneswar
Thursday, March 28, 2024
Homeଓଡିଶାମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ

ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ଵର : ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଟ୍ଵିନ୍ ସିଟିରେ ବ୍ୟାପକ ଆୟୋଜନ କରାଯାଇଛି। ଘଣ୍ଟଘଣ୍ଟା ସହ ପାରମ୍ପରିକ ବାଦ୍ୟରେ ଦୁଲୁକିବ ଟ୍ଵିନ୍ ସିଟି ।

ତେବେ ମା’ଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭୁବନେଶ୍ଵରରେ ୩ଟି ଭସାଣୀ କମିଟି ରହଛି । ସମସ୍ତ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୩ ଜଣ ଅତିରିକ୍ତ ଡିସିପି ଭସାଣୀ ଦାୟିତ୍ୱରେ ରହିବେ ଏବଂ ଟ୍ରାଫିକ ସମସ୍ୟା ଯେପରି ନଉପୁଜେ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking