27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୧୭୯ ଆକ୍ରାନ୍ତ ଚିହ୍ନଟ; ସର୍ବାଧିକ ଗଞ୍ଜାମ, ସଂଖ୍ୟା ଛୁଇଁଲା ୪୮୫୬କୁ

ରାଜ୍ୟରେ ଆଉ ୧୭୯ ଆକ୍ରାନ୍ତ ଚିହ୍ନଟ; ସର୍ବାଧିକ ଗଞ୍ଜାମ, ସଂଖ୍ୟା ଛୁଇଁଲା ୪୮୫୬କୁ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୧୭୯ଜଣଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାେବେଳ ଅନ୍ୟ ୨୯ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋଗ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ସ୍ଥାନୀୟ କେସ୍‌ରୁ ଯେଉଁ ରୋଗୀ ଚିହ୍ନଟ ହେଉଛନ୍ତି ଏ ନେଇ ପ୍ରଶାସନର ଚିନ୍ତା ବଢ଼ି ଗଲାଣି । ସେହିପରି ଏନ୍‌ଡିଆର୍‌ଏଫ ଓ ଅଗ୍ନିଶମର୍ମଚାରୀ ୧୮ଜଣ ଚିହ୍ନଟ ହୋଇଛନ୍ତି । ସେ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିଲେ ।
ସୂଚନାଯୋଗ୍ୟ, ଆଜି ୧୫ଟି ଜିଲ୍ଲାରୁ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୭, କେନ୍ଦୁଝର ୧୮, କଟକ ୧୫, ମୟୁରଭଞ୍ଜ ୧୦, ଅନୁଗୁଳ ୬, ଜଗତସିଂହପୁର ୪, ଭଦ୍ରକ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୩ଜଣ,ବରଗଡ଼ ଓ ମାଲକାନଗିରିରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବତ୍ତର୍ମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୨୯୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫୪୩ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking