43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଫିଲିପାଇନ୍ସରେ ବନ୍ଦହେବ ୧୭୫ ଅବୈଧ କ୍ୟାସିନୋ: ବିଦାହେବେ ୪୦ ହଜାର ଚୀନ୍ ନାଗରିକ

ଫିଲିପାଇନ୍ସରେ ବନ୍ଦହେବ ୧୭୫ ଅବୈଧ କ୍ୟାସିନୋ: ବିଦାହେବେ ୪୦ ହଜାର ଚୀନ୍ ନାଗରିକ

ମାନିଲା : ଫିଲ୍ମପାଇନ୍ସ ଆଇନ ବିଭାଗ ଦେଶରେ ଅବୈଧ ଭାବେ ଚାଲିଥିବା ୧୭୫ ଅନ୍‌ଲାଇନ୍ କାସିନୋ ବନ୍ଦ କରିବା ସହ ଏଥିରେ କାମ କରୁଥିବା ୪୦ ହଜାର ଚୀନ୍ ନାଗରିକଙ୍କୁ ସ୍ୱଦେଶରେ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ବିଭାଗ ଅନୁସାରେ ଚୀନ୍ ଗ୍ୟାଙ୍ଗଷ୍ଟର୍ସ କ୍ୟାସିନୋ ଇଣ୍ଡଷ୍ଟ୍ରି ଉପରେ ଏକତରଫା କବ୍‌ଜା କରିଛନ୍ତି, ଯାହା ଫଳରେ ଦେଶରେ କ୍ରାଇମ୍ ହାର ବୃଦ୍ଧି ପାଉଛି । ବନ୍ଦ କରାଯାଇଥିବା ଅଧିକାଂଶ କ୍ୟାସିନୋର ଲାଇସେନ୍ସ ଏକ୍ସପାୟର୍ଡ ହୋଇସାରିଛି କିମ୍ବା ସ୍ଥାନୀୟ ପ୍ରଶାସନ ଏହା ରଦ୍ଦ କରିଦେଇଛନ୍ତି । ଏହା ସତ୍ତ୍ୱେର୍ ସେମାନେ ସରକାରୀ ଟ୍ୟାକ୍ସ ନଦେଇ ଜୁଆଘର ଚଳାଇଥିଲେ ।

ଆଇନ ବିଭାଗ ମୁଖପାତ୍ର ଡୋମିନ୍ କ୍ଲାୱାନେ କହିଛନ୍ତି, ସ୍ଥାନୀୟ ସ୍ତରରେ ଖେଳାଯାଉଥିବା ଫିଲିପିନ୍ ଅଫ୍‌ଶେର୍ ଗେମିଂ ଅପରେଟର୍ (ପୋଗୋ) ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଅବୈଧ ଭାବେ ପୋଗୋ ପରିଚାଳନା କରୁଥିବା କମ୍ପାନୀର ୩୦୦ ଚୀନ୍ ନାଗରିକଙ୍କୁ କଷ୍ଟଡିରେ ନିଆଯାଇଛି । ଆସନ୍ତାମାସରୁ ଚୀନ୍ କର୍ମଚାରୀଙ୍କ ଗିରଫ ଅଭିଯାନ ଆରମ୍ଭ କରାଯିବ ଏବଂ ଅକ୍ଟୋବର ମଧ୍ୟ ସୁଦ୍ଧା ୩ ହଜାର ଚୀନ୍ ନାଗରିକଙ୍କୁ ସ୍ୱଦେଶ ପଠାଯିବ ବୋଲି ସେ କହିଛନ୍ତି । ଫିଲିପାଇନ୍ସ ସରକାରଙ୍କ ଏକ ରିପୋର୍ଟ ଅନୁସାରେ ଚୀନ୍ ନାଗରିକ ନିଜ ସାଥୀଙ୍କ ବିରୋଧରେ ହତ୍ୟା, ଅପହରଣ ଏବଂ ଅନ୍ୟ ଅପରାଧ କରୁଛନ୍ତି । ଏହାପରେ ଫିଲିପାଇନ୍ସ ଆଇନ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ୪୦ ହଜାର ଚୀନ୍ ନାଗରିକଙ୍କୁ ସ୍ୱଦେଶ ପଠାଇବାକୁ ସ୍ଥିର କରାଯାଇଛି ବୋଲି କ୍ଲାୱାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking