34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକଟକରେ ୧୭ ଏମଫୋର୍ସମେଣ୍ଟ ସ୍କ୍ୱାଡ:ଡିସିପି

କଟକରେ ୧୭ ଏମଫୋର୍ସମେଣ୍ଟ ସ୍କ୍ୱାଡ:ଡିସିପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ କଟକରେ କରୋନା କଟକଣାକୁ କଡା କରାଯାଇଛି । ନିଜେ କଟକ ଡିସିପି ବିଭିନ୍ନ ବଜାର, ଛକ ବୁଲି ଚଢାଉ କରିଥିବା ଦେଖିବାକୁ ମିଳିଛି । ଡିସିପିଙ୍କ ସହିତ ସବୁ ଏସିପି ଏବଂ ଥାନାଧିକାରୀ ମଧ୍ୟ ମିଳିତ ଭାବେ ଚଢାଉ କରିଛନ୍ତି । କରୋନା କଟକଣା ମାନୁନଥିବା ଦୋକାନକୁ ସିଲ୍ କରିବା ସହ ଜରିମାନା ମଧ୍ୟ ଲଗାଇଛନ୍ତି । ବକ୍ସିବଜାର ଛକରେ ଏକ କେକ୍ ଦୋକାନ ଡିସିପିଙ୍କ ନିର୍ଦ୍ଦେଶରେ ସିଲ୍ ହୋଇଛି । ଚଢାଉ ପାଇଁ ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ କରାଯାଇଥିବା ଡିସିପି କହିଛନ୍ତି । କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ୧୭ଟି ସ୍କ୍ୱାଡ କରାଯାଇଛି, ବିଭିନ୍ନ ଏସିପି ଓ ଆଇଆଇସିମାନେ ଅଛନ୍ତି । ଯେଉଁମାନେ କଟକଣା ମାନୁନାହାନ୍ତି, ସେମାନଙ୍କୁ ଧରି ଜରିମାନା କରାଯାଉଛି । ଅତି ଆବଶ୍ୟକ କାମ ନଥିଲେ ବାହାରକୁ ନଆସିବାକୁ ଅପିଲ କରିଛନ୍ତି ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking