18.1 C
Bhubaneswar
Sunday, November 24, 2024
Homeଓଡିଶା୧୭ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡାଦେଶ କଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ

୧୭ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡାଦେଶ କଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ନିମପଲ୍ଲୀ ଗ୍ରାମସ୍ଥିତ ସୁରି ସାହିରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଚର୍ଚ୍ଚିତ ଘଟଣାର ଶୁଣାଣି ଶେଷ ହୋଇଛି l ଯାଜପୁର ରୋଡ କୋର୍ଟରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧0 ହଜାର ଟଙ୍କା ଜୋରିମନାରେ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ l

ସୂଚନା ମୁତାବକ ଗତ ୨0୨0 ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲି ଗାଁର ସୁରି ସାଇରେ ଏକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀମାନେ ଦମ୍ପତି ଶୈଳ ବାଲମୁଚ ଓ ସମ୍ବାରି ବାଲମୁଚଙ୍କୁ ଗୁଣିଗାରେଡି କରି ମାରିଦେଇଥିବା ଆରୋପ ଆଣିଥିଲେ ଏବଂ ଉକ୍ତ ଘଟଣାରେ ଉତ୍ୟକ୍ତ ହୋଇ ଦମ୍ପତିଙ୍କ ଘରେ ପଶି ଗାଳି ଗୁଲ୍ଲଜ କରିବା ସହ ମାଡ଼ ମାରିଥିଲେ l ପରେ ଦମ୍ପତି ଦ୍ବୟ ଘରେ ସୋଇଥିବା ଅବସ୍ଥାରେ ହଠାତ୍ ତାଙ୍କ ଘରେ ସେହି ଗାଁର କିଛି ଯୁବକ ନିଆଁ ଲଗାଇ ଦେଇଥିଲେ l ଫଳରେ ଦମ୍ପତି ଦ୍ବୟ ଘରୁ ବାହାରି ନପାରି ନିଆଁ ପୋଡି ହୋଇ ଘରଭିତରେ ମୃତ୍ଯୁ ବରଣ କରିଥିଲେ l ସାହିର ସମସ୍ତ ଲୋକଙ୍କୁ ସାକ୍ଷୀ ନଦେବାକୁ ଧମକ ମଧ୍ୟ ଦେଇଥିଲେ l

ଫଳରେ ପରଦିନ ସକାଳୁ ଦମ୍ପତିଙ୍କ ନାତୁଣୀ ବୋହୁ କଳିଙ୍ଗନଗର ଥାନାରେ ଏକ ଏତଲା ଦାୟର କରିଥିଲେ l ଏତଲାକୁ ଆଧାର କରି କଳିଙ୍ଗନଗର ପୋଲିସ କେସ ନଂ ୧୧୫/୨୩ ରେ ଏକ ମାମଲା ୠଜୁକରି ଦୃଢ଼ ତଦନ୍ତ କରିଥିଲା ଏବଂ ୧୭ ଜଣ ଅମାନୁଷିକ ଆସାମୀଙ୍କୁ ଗିରଫ କରି ଜେଲ ପଠାଇଥିଲା l ସେପଟେ ଦୀର୍ଘ ୩ ବର୍ଷ କେସ ଚାଲିବାପରେ ଗୁରୁବାର ଏହି ଘଟଣାର ଶୁଣାଣି ଶେଷ କରିଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ଯ୍ୟ l

ଶ୍ରୀ ଆଚାର୍ଯ୍ୟ ଆଜି ୪୪ ଟି ଦସ୍ତାବିଜ ସହ ୨0 ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଇ.ପି.ସି ଧରା ୧୪୭, ୧୪୮, ୩0୨, ୪୨୬, ୨0୧, ୪୩୬ ଓ ୧୪୯ ଦଫାରେ ଏହି ଘଟଣାରେ ସମ୍ପୃକ୍ତ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧0 ହଜାର ଟଙ୍କା ଜୋରିମନା ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ଆଜି ଉକ୍ତ ୧୭ ଆସାମୀଙ୍କୁ ଯାଜପୁର ରୋଡ଼ କୋର୍ଟରୁ ରଗଡି ଜେଲକୁ ପଠାଯାଇଛି l ତେବେ ଏହି କେଶକୁ ସରକାରୀ ଓକିଲ ଭାବେ ରଜତ ରାଉତ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking