30.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଉ ୧୬୪ କରୋନା ରୋଗୀ ସୁସ୍ଥ

ରାଜ୍ୟରେ ଆଉ ୧୬୪ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୬୪ କରୋନା ରୋଗୀ । ସେମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରରୁ ୩୧, ବାଲେଶ୍ୱରରୁ ୨୬, କଟକରୁ ୨୫, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ସୁସ୍ଥ ହେବା ସହ କେନ୍ଦୁଝରରୁ ୨, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୫୩୫୩ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲଣି ।

ତେବେ ରାଜ୍ୟରେ ଆଜି ଆଉ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ଲୋକାଲ କେସ୍ ଭାବରେ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୧୯ ଜିଲ୍ଲାରୁ  ୨୫୧ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨୫୧ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୩୨ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ନୟାଗଡ଼ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ଓ ବରଗଡ଼ ଜିଲ୍ଲାରୁ ୧୨ ଜଣ ଲେଖାଏଁ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ , ଗଜପତିରୁ  ୬ ଜଣ , ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ,ବଲାଙ୍ଗୀର ଓ ଦେବଗଡ଼ରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋନପୁର , ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଅମ୍ପନ ଡ଼୍ୟୁଟି କରିଥିବା ଜଣେ ଏନଡିଆରଏଫ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking