କରୋନାରେ ଆକ୍ରାନ୍ତ ହେଲେ ମହାରାଷ୍ଟ୍ର ଗଭର୍ଣ୍ଣର ହାଉସର ୧୬ଜଣ କର୍ମଚାରୀ

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବାସଭବନରେ କାର୍ଯ୍ୟ କରୁଥିବା ୧୬ଜଣ କର୍ମଚାରୀ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏବେ ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ୧୬ଜଣଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିବା ବେଳେ ଆବଶ୍ୟକ ପଡିଲେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣା ପଡିଛି । ବିଏମସି କହିଛି ଯେ, ପୂର୍ବରୁ ୨ଜଣ କୋଭିଡ -୧୯ ପାଇଁ ପଜିଟିଭ ପରୀକ୍ଷା କରିଥିଲେ, ଯାହା ପରେ ୧୦୦ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଏବେ ୧୦୦ଜଣଙ୍କ ମଧ୍ୟରୁ ୧୪ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି।